ପ୍ରଧାନମନ୍ତ୍ରୀଙ୍କ ଜାମ୍ମୁ-କଶ୍ମୀର ଗସ୍ତ ପୂର୍ବରୁ ଆତଙ୍କୀଙ୍କ ଆକ୍ରମଣ

ଜାମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ

ନୂଆଦିଲ୍ଲୀ : ଜାମ୍ମୁ-କଶ୍ମୀରରେ ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି । ଏନକାଉଣ୍ଟର ସମୟରେ ସୁରକ୍ଷାବାହିନୀ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ୨ ଜଣ ଆତଙ୍କବାଦୀଙ୍କୁ ଘେରିଛନ୍ତି । ଆତଙ୍କବାଦୀଙ୍କର ଗୁଳିରେ ଜଣେ ଯବାନ ସହିଦ ହେବା ସହ ୪ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ବା ଗସ୍ତ ପୂର୍ବରୁ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି । ଏକ ରିପୋର୍ଟ ଅନୁସାରେ ଏନକାଉଣ୍ଟର ସେହି ସମୟରେ ଆରମ୍ଭ ହୋଇଥିଲା ଯେତେବେଳେ ପୁଲିସ ଓ ଯବାନମାନେ ସର୍ଚ୍ଚ ଅପରେସନ ଅଭିଯାନ କରିଥିଲେ । ଏନକାଉଣ୍ଟରରେ ସୁରକ୍ଷାବାହିନୀର ଜଣେ ଯବାନ ସହିଦ ହେବା ସହ ୪ ଜଣ ଆହତ ହୋଇଛନ୍ତି । ସହିଦ ଯବାନ ହେଲେ ସିଆରପିଏଫର ଏଏସଆଇ ଏସ୍‌?ପି ପଟେଲ । ପୁଲିସ ହେଡ କନଷ୍ଟେବଳ କାଠୁଆର ବଳରାଜ ସିଂହ, ଅଖନୁରର ଏସପିଓ ସାହିଲ ଶର୍ମା, ଓଡିଶାର ସିଆଇଏସଏଫ ପ୍ରମୋଦ ପାତ୍ର ଓ ଆସାମର ଅମିର ସୋରେନ ସାମିଲ ଅଛନ୍ତି ।

ପାକିସ୍ତାନସ୍ଥିତ ଜେଇଏମ ସଂଗଠନର ଅତିକମରେ ୨ ଜଣ ଆତଙ୍କବାଦୀଙ୍କ ଉପସ୍ଥିତି ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ତଲାସୀ ଅଭିଯାନ ଆରମ୍ଭ କରାଯାଇଥିଲା । ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗ୍ରେନେଡ ଆକ୍ରମଣ କରିଥିଲେ । ଏହା ପରେ ସୁରକ୍ଷାବାହିନୀ ଏହାର ଜବାବୀ କାର୍ଯ୍ୟାନୁଷ୍ଠାନ ନେଇଥିଲେ ।