ମାହିଙ୍କ ଧୂଆଁଧାର ବ୍ୟାଟିଂରେ ମୁମ୍ବାଇ ଚିତ୍‌ପଟାଙ୍ଗ

ମହେନ୍ଦ୍ର ସିଂ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ…

ମୁମ୍ବାଇ: ମହେନ୍ଦ୍ର ସିଂ ଧୋନୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଚେନ୍ନାଇ ୨୦ ଓଭର ଖେଳି ୭ ୱିକେଟ ବିନିମୟରେ ଜିତି ନେଇଛି । ସୂଚନାଯୋଗ୍ୟ ଯେ, ମୁମ୍ବାଇ ପକ୍ଷରୁ ଡାନିଏଲ ସାମ୍ସ ତାଙ୍କର ପ୍ରଥମ ବଲରେ ରୁତୁରାଜ ଗାଏକ୍ୱାଡ଼(୦)ଙ୍କ ୱିକେଟ୍‌ ଯାଇଥିଲା । ଏହାପରେ ଗୋଟିଏ ପରେ ଗୋଟଏ ୱିକେଟ୍‌ ଖସିବାକୁ ଲାଗିଲେ । ପୁଣି ୩ ଓଭର ଖେଳ ବେଳକୁ ପୁଣି ୱିକେଟ୍‌ ହରାଇଥିଲା ଚେନ୍ନାଇ । ୨.୩ ଓଭରରେ ମିଚେଲ ସାଣ୍ଟେନର(୧୧) ଡାନିଏଲଙ୍କର ଦ୍ୱିତୀୟ ଶିକାର ହୋଇଥିଲେ ।

ଏହାପରେ ତୃତୀୟ ୱିକେଟ ପାଇ ଆସିଥିବା ଅମ୍ବାତି ରାଇଡୁ ଉତ୍ଥାପାଙ୍କ ସହ ମିସି ଖେଳକୁ ୬୬ ରନ୍‌ର ଯୋଗଦାନ ଦେଇଥିଲେ । କିନ୍ତୁ ୮ ଓଭର ଖେଳ ଶେଷରେ ଉତ୍ଥାପାଙ୍କ ୱିକେଟ ଯାଇଥିଲା । ସେହିପରି ଚୁତୁର୍ଥ ୱିକେଟ୍‌ ପାଇଁ ଶିବମ ଦୁବେ (୧୩)ଙ୍କ ୱିକେଟ ବି ସାମ୍ସ ନେଇଥିଲେ । ପଞ୍ଚମ ୱିକେଟ ପାଇଁ ଆସିଥିଲେ କ୍ୟାପ୍‌ଟେନ୍‌ ରବୀନ୍ଦ୍ର ଜାଡେ଼ଜା । ଦୁହେଁ ମାତ୍ର ୧୪ ରନ ପାର୍ଟନର୍ସିପ୍‌ କରିଥିବା ବେଳେ ରାଇଡୁ ୪୦ ରନ କରି ଆଉଟ ହୋଇଥିଲେ । ଅନ୍ୟପକ୍ଷରେ ଶେଷ ଓଭରରେ ମ୍ୟାଚ ଜିତିବାକୁ ୧୭ ରନର ଆବଶ୍ୟକତା ପଡ଼ୁଥିଲା । ପଡ଼ିଆରେ ଥିଲେ ବିଶ୍ୱର ବେଷ୍ଟ ଫିନିଶର ମହେନ୍ଦ୍ର ସିଂହ ଧୋନୀ ଓ ଡ୍ୱାଇନେ ପ୍ରିଟୋରିୟସ ।

ଶେଷ ଓଭର ବୋଲିଂ କରିବାକୁ ଆସିଥିବା ଉନଡକଟ ପ୍ରଥମ ବଲରେ ପ୍ରିଟୋରିୟସଙ୍କ ୱିକେଟ ନେଇଥିଲେ । ଏହାପରେ ଷ୍ଟ୍ରାଇକକୁ ଆସିଥିବା ଧୋନୀ ଉନଡକଡଙ୍କର ତୃତୀୟ ବଲ୍‌କୁ ଛକ୍କା ଓ ଚତୁର୍ଥ ବଲକୁ ଚୌକା ଲଗାଇଥିଲେ । ଚେନ୍ନାଇକୁ ଜିତିବାକୁ ପାଇଁ ୨ ବଲରେ ଆଉ ୬ ରନର ଦରକାର ପଡ଼ୁଥିଲା । ଏହାପରେ ପଞ୍ଚମ ବଲ୍‌ରେ ଦୁଇ ରନ ନେଇ ପୁଣି ଷ୍ଟ୍ରାଇକକୁ ଆସିଥିଲେ ଧୋନୀ । ଫଳରେ ମାତ୍ର ୧ ବଲରେ ୪ ରନ ଦରକାର ଥିଲା । ଏହାପରେ ବିଶ୍ୱର ବେଷ୍ଟ ଫିନିଶର ଶେଷ ବଲରେ ଚୌକା ମାରି ମ୍ୟାଚ ଜିତାଇଥିଲେ । ଫଳରେ ଚେନ୍ନାଇ ୨୦ ଓଭର ଖେଳି ୧୫୬ ରନ୍‌ର ଟାର୍ଗେଟ ପୂରା କରିନେଇଥିଲା ।