ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ: ୨ ଯବାନ ସହିଦ, ୫ ଆହତ

ଜାମ୍ମୁ-କାଶ୍ମୀର: ଜମ୍ମୁ-କାଶ୍ମୀରର ପୁଲଓ୍ୱାମାରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି । ପୁଲଓ୍ୱାମା କାନ୍ଧୀଜଲରେ ଥିବା ସିଆରପିଏଫର ୧୧୦ ବାଟାଲିୟନ ଓ ଜମ୍ମୁ-କାଶ୍ମୀର ପୋଲିସ ଉପରେ ଏହି ଆକ୍ରମଣ ହୋଇଛି । ଏହି ଆତଙ୍କବାଦୀ ଆକ୍ରମଣରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଏହାସହ ୫ଜଣ ଯବାନ ଆହତ ହୋଇଛନ୍ତି ।

ତେବେ ଏହି ଆକ୍ରମଣ ପରେ ଘଟଣାସ୍ଥଳକୁ ପୋଲିସ ଓ ସୁରକ୍ଷାକର୍ମୀ ଘେରିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।ଯବାନମାନେ ରୋଡ୍ ଓପନିଂ ଡ୍ୟୁଟିରେ ମୁତୟନ ଥିବା ବେଳେ ଏହି ଆକ୍ରମଣ ହୋଇଥିଲା । ଯବାନମାନଙ୍କ ଉପରେ ଆତଙ୍କବାଦୀମାନେ ଆଖିବୁଜା ଗୁଳିମାଡ କରିଥିଲେ ।

ସୂଚନାଯୋଗ୍ୟ, ଗତ ୨୭ ତାରିଖରେ ପୁଲଓ୍ୱାମା ଜିଲ୍ଲାର ଅବନ୍ତିପୁରାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ଉପରେ ଗୁଳି ବିନିମୟ ହୋଇଥିଲା । ସୁରକ୍ଷାକର୍ମୀଙ୍କ ପାଖରୁ ଦୁଇରୁ ତିନିଜଣ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଅପରେସନ ଆରମ୍ଭ ହୋଇଥିଲା । ତେବେ ଏହି ଗୁଳି ବିନିମୟରେ ୨ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଏହାସହ ଏହି ଅପରେସନରେ ଜଣେ ଯବାନ ଆହତ ହୋଇଥିଲେ ।