ଓଜେଇଇ ପାଇଁ ଜାରି ହେଲା ଏସଓପି

ଭୁବନେଶ୍ବର (ଏସ୍ ନ୍ଯୁଜ) : ଓଜେଇଇ ପରୀକ୍ଷା ପାଇଁ ଜାରି ହୋଇଛି ଷ୍ଟାଣ୍ଡାର୍ଡ ଅପେରଟିଙ୍ଗ ପ୍ରୋସିଡିଏର ବା ଏସଓପି । କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରାର୍ଥୀମାନଙ୍କର ସ୍ୱାସ୍ଥ୍ୟସୁବିଧାକୁ ନଜରରେ ରଖିବା ସହ ସାମାଜିକ ଦୂରତାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏଥିରେ କୁହାଯାଇଛି।ଚଳିତବର୍ଷ ଅକ୍ଟୋବର ୧୨ ରୁ ୧୯ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ।

ଏସଓପି ଅନୁସାରେ ସମସ୍ତ ପରୀକ୍ଷା କେନ୍ଦ୍ରରେ, ମୋଟ ବସିବା କ୍ଷମତାର ମାତ୍ର ୫୦ ପ୍ରତିଶତ ବ୍ୟବହାର କରାଯିବ। ଯଦି କୌଣସି ପରୀକ୍ଷାର୍ଥୀଙ୍କର ଶରୀରର ଉଚ୍ଚ ତାପମାତ୍ରା କିମ୍ବା ଅନ୍ୟ କୌଣସି କରୋନା ଲକ୍ଷଣ ଥିବା ପରି ଦେଖାଯାଏ, ତାଙ୍କୁ ଏକ ସ୍ବତନ୍ତ୍ରଭାବେ ନିର୍ମିତ ଅଲଗା ହଲରେ ପରୀକ୍ଷା ଦେବାକୁ ଅନୁମତି ଦିଆଯିବ।ପ୍ରତ୍ୟେକ ସିଫ୍ଟ ଆରମ୍ଭ ପୂର୍ବରୁ, ପରୀକ୍ଷା ହଲ୍, କବାଟ ହ୍ୟାଣ୍ଡଲ୍, ଲିଫ୍ଟ ସୁଇଚ୍, ରେଲିଂ ଇତ୍ୟାଦି ସମେତ ସମସ୍ତ ପରୀକ୍ଷା ସ୍ଥାନର ବିଶୋଧୀକରଣ ହେବ।ଏହା ସହ ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ବସିବା ସ୍ଥାନ, ଚେୟାର, ଡେସ୍କ, ମନିଟର, କିବୋର୍ଡ୍, ମାଉସ୍ ଇତ୍ୟାଦିଙ୍କୁ ବିଶୋଧିତ କରାଯିବ ।

ସେହିପରି ସମସ୍ତ ପରୀକ୍ଷାର୍ଥୀ ବାଧ୍ୟତାମୂଳକ ଭାବରେ ୩ ଲେୟର ମାସ୍କ ପିନ୍ଧି ଆସିବା ସହ ସାନିଟାଇଜରର ଆଣିବାକୁ ପରାମର୍ଶ ଦିଆଯିବ ।ସମସ୍ତ ଇନଭିଜିଲେଟର୍ ଏବଂ ସଂପୃକ୍ତ କର୍ମଚାରୀଙ୍କୁ ମାସ୍କ ଏବଂ ଗ୍ଲୋଭସ୍ ଯୋଗାଇ ଦିଆଯିବ।ପରୀକ୍ଷାର୍ଥୀମାନେ କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ସାବୁନରେ ଏବଂ ସାନିଟାଇଜର୍ ଦ୍ୱାରା ହାତ ସଫା କରିବାକୁ ବାଧ୍ୟ।ପରୀକ୍ଷାର୍ଥୀ ଏବଂ କର୍ମଚାରୀଙ୍କ ବ୍ୟବହାର ପାଇଁ ପ୍ରବେଶ ସ୍ଥାନ ଏବଂ ପରୀକ୍ଷା ସ୍ଥାନ ଭିତରେ ଥିବା ବିଭିନ୍ନ ସ୍ଥାନରେ ହ୍ୟାଣ୍ଡ ସାନିଟାଇଜର ଉପଲବ୍ଧ ହେବ ।

ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ଥିବା ବାରକୋଡ୍ କର୍ମଚାରୀଙ୍କ ଦ୍ୱାରା କାର୍ଡକୁ ସ୍ପର୍ଶ ନ କରି ବାରକୋଡ୍ ରିଡର୍ ବ୍ୟବହାର କରି ଯାଞ୍ଚ କରାଯିବ।ପରୀକ୍ଷା ଲ୍ୟାବରେ ପ୍ରବେଶ କରିବା ପୂର୍ବରୁ, ହ୍ୟାଣ୍ଡହେଲ୍ଡ ଧାତୁ ଡିଟେକ୍ଟର ବ୍ୟବହାର କରି ପରୀକ୍ଷାର୍ଥୀଙ୍କ ଷ୍ଟାଣ୍ଡାର୍ଡ ଫ୍ରାଇସିଂ କରାଯିବ । ସିଟ୍ ଆବଣ୍ଟନ ପାଇଁ ଲ୍ୟାବ୍ ନମ୍ବର ପ୍ରାର୍ଥୀଙ୍କୁ ବ୍ୟକ୍ତିଗତ ଭାବରେ ପ୍ରବେଶ ସମୟରେ ସୂଚନା ଦିଆଯିବ । ପରୀକ୍ଷା ଆରମ୍ଭ ପୂର୍ବରୁ, ପାଞ୍ଚଟି ଖାଲି ସିଟ୍ କାଗଜପତ୍ର ପ୍ରତ୍ୟେକ ପରୀକ୍ଷାର୍ଥୀଙ୍କ ଡେସ୍କରେ ରଖାଯିବ । ସାମାଜିକ ଦୂରତ୍ୱର ନିୟମକୁ ବଜାୟ ରଖିବା ସହିତ ପରୀକ୍ଷା କେନ୍ଦ୍ରକୁ ଏବଂ ବାହାରକୁ ଯାଉଥିବା ପରୀକ୍ଷାର୍ଥୀମାନଙ୍କୁ ମାର୍ଗଦର୍ଶନ କରିବା ପାଇଁ କର୍ମଚାରୀମାନେ ଉପଯୁକ୍ତ ସ୍ଥାନରେ ନିୟୋଜିତ ହେବେ ବୋଲି ଜଣାଯାଇଛି ।