ନୂଆଦିଲ୍ଲୀ: ଗୁଜରାଟର ମୋରବୀରେ ହନୁମାନଙ୍କ ୧୦୮ ଫୁଟର ମୂର୍ତ୍ତି ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଭର୍ଚ୍ଚୁଆଲ ମାଧ୍ୟମରେ ହନୁମାନଙ୍କ ୧୦୮ ଫୁଟର ମୂର୍ତ୍ତି ଲୋକାର୍ପଣ କରିବା ସହ ଉକ୍ତ କାର୍ଯ୍ୟକ୍ରମରେ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି ।
ଏହି କାର୍ଯ୍ୟକ୍ରମାର ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ ଯେ, ଏହି ମୂର୍ତ୍ତିଟି ହନୁମାନଙ୍କ ୪ ଧାମ ପରିଯୋଜନା ଅନ୍ତର୍ଗତ ସମଗ୍ର ଦେଶର ୪ ଦିଗରେ ସ୍ଥାପିତ କରାଯାଉଛି । ୪ ପ୍ରତିମା ମଧ୍ୟରୁ ମୋରବୀ ହେଉଛି ଦ୍ୱିତୀୟ ଯାହାକୁ ଦେଶର ପଶ୍ଚିମ ଦିଗରେ ସ୍ଥାପିତ କରାଯାଇଛି । ଅନ୍ୟପକ୍ଷରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ଏହି ମୂର୍ତ୍ତି ନିର୍ମାଣ କାର୍ଯ୍ୟ ୨୦୧୮ରେ ଆରମ୍ଭ ହୋଇଥିଲା ।