ଖରାପ ପାଗ ଯୋଗୁଁ ଅମରନାଥ ଯାତ୍ରା ସ୍ଥଗିତ
ପାଖାପାଖି ୬ ହଜାର ଶ୍ରଦ୍ଧାଳୁଙ୍କୁ ବାଲଟାଲରୁ ପବିତ୍ର ଗୁମ୍ଫା ମାର୍ଗରେ ବନାଇଥିବା ସୁରକ୍ଷିତ ସ୍ଥାନରେ…
ଶ୍ରୀନଗର : ଜାମ୍ମୁ-କାଶ୍ମୀରରେ ଖରାପ ପାଗ ଥିବାରୁ ଶ୍ରୀ ଅମରନାଥ ଯାତ୍ରା ଅସ୍ଥାୟୀ ରୂପରେ ସ୍ଥଗିତ କରିଦିଆଯାଇଛି । ବର୍ଷା ଲାଗି ପହଲଗାମ ଏବଂ ବାଲଟାଲ ମାର୍ଗରୁ କୌଣସି ଶ୍ରଦ୍ଧାଳୁଙ୍କୁ ପବିତ୍ର ଗୁମ୍ଫା ଆଡ଼କୁ ଯିବାର ଅନୁମତି ଦିଆଯାଇ ନାହିଁ ।
ପାଖାପାଖି ୬ ହଜାର ଶ୍ରଦ୍ଧାଳୁଙ୍କୁ ବାଲଟାଲରୁ ପବିତ୍ର ଗୁମ୍ଫା ମାର୍ଗରେ ବନାଇଥିବା ସୁରକ୍ଷିତ ସ୍ଥାନରେ ରୋକାଯାଇଥିଲା । ଏହି ପ୍ରକାର ପହଲଗାମର ନୁନବନ ଆଧାର ଶିବିରରୁ ତିନିହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଚନ୍ଦନବାଡ଼ି ଏବଂ ଏହା ଆଗକୁ ସୁରକ୍ଷିତ ସ୍ଥାନରେ ରୋକି ଦିଆଯାଇଛି ।