ଖୁବ ଶୀଘ୍ର ମଇଦାନକୁ ଓହ୍ଲାଇବେ କେ.ଏଲ ରାହୁଲ

କେ.ଏଲ ରାହୁଲ ମଇଦାନରେ ଅଭ୍ୟାସ କରୁଥିବାର ଦେଖାଯାଇଛି..

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ଷ୍ଟାର ପ୍ଲେୟର କେ.ଏଲ ରାହୁଲ ଏବେ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । କିନ୍ତୁ ତାଙ୍କୁ ନେଇ ଏବେ ଏକଭଲ ଖବର ସାମନାକୁ ଆସିଛି । ଖୁବଶୀଘ୍ର ସେ ମଇଦାନକୁ ଓହ୍ଲାଇବେ । ନିକଟରେ ଜର୍ମାନୀରେ ସର୍ଜରୀ କରି ଫେରିଛନ୍ତି ରାହୁଲ । ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନଥିବାରୁ ଆଗାମୀ ୱେଷ୍ଟଇଣ୍ଡିଜ ଗସ୍ତରୁ ମଧ୍ୟ ସେ ବାଦ ପଡିପାରନ୍ତି । ଏହା ମଧ୍ୟରେ ସେ ବେଙ୍ଗଲୁରୁର ନେସନାଲ କ୍ରିକେଟ ଏକାଡେମୀରେ ଅଭ୍ୟାସ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ।

ତାଙ୍କୁ ମଇଦାନରେ ଅଭ୍ୟାସ କରୁଥିବାର ଦେଖାଯାଇଛି । କେବଳ ବାମ ଗୋଡରେ ପ୍ୟାଡ ପିନ୍ଧି ଅଳ୍ପ ସମୟ ପାଇଁ ଅଭ୍ୟାସ କରିଥିଲେ ରାହୁଲ । ତେଣୁ ଆସନ୍ତା ଏସିଆ କପ ପୂର୍ବରୁ ସେ ଫିଟ ହୋଇ ଦଳକୁ ଫେରିବେ ବୋଲି ଆଶା ରହିଛି । ବର୍ତ୍ତମାନ ରାହୁଲ ଏନସିଏ ନଜରରେ ରହିଛନ୍ତି ।