ଆମ୍ବୁଲାନ୍ସ ଡ୍ରାଇଭର ଯୋଗୁ ୭ ଜୀବନ ଗଲା
ଉତ୍ତରପ୍ରଦେଶ ବରେଲୀରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୋଇପଡିଲେ ଆମ୍ବୁଲାନ୍ସ….
ଲକ୍ଷେ୍ନø : ଉତ୍ତରପ୍ରଦେଶ ବରେଲୀରେ ଘଟିଛି ଏଭଳି କିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଶୋଇପଡିଲେ ଆମ୍ବୁଲାନ୍ସ ଡ୍ରାଇଭର । ଆମ୍ବୁଲାନ୍ସ ଡ୍ରାଇଭରର ଖାମଖିଆଲି ଡ୍ରାଇଭିଙ୍ଗ ଯୋଗୁଁ ଘଟଣା ସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ ଅମ୍ବୁଲାନ୍ସଟି ରୋଗୀ ନେଇ ଦିଲ୍ଲୀରୁ ବରେଲିର ଅଭିମୁଖେ ଯାଉଥିଲା । ଡ୍ରାଇଭର ସମେତ ଆମ୍ବୁଲାନ୍ସରେ ୭ଜଣ ଥିଲେ । ଡ୍ରାଇଭରକୁ ନିଦ ଲାଗିବାରୁ ତା’ର ଆଖି ଲାଗିଯାଇଥିଲା । ଫଳରେ ଆମ୍ବୁଲାନ୍ସଟି ଡିଭାଇଡରରେ ପିଟି ହୋଇ ରାସ୍ତା ପାର୍ଶ୍ୱରେ ଯାଉଥିବା ଏକ କଣ୍ଟେନର ସହ ବାଡେଇ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ୭ ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ୪ ପୁରୁଷ ଓ ୩ ମହିଳା ଥିବା ଜଣାପଡିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହଗୁଡିକୁ ଉଦ୍ଧାର କରିଥିବା ଜଣାପଡିଛି ।