ବୁଲଗେରିଆ : ବୁଲଗେରିଆର ଜାତୀୟ ରାଜପଥରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଉତ୍ତର ମାକେଡୋନିଆର ପ୍ଲେଟ ନେଇ ଯାଉଥିବା ଏକ ବସ୍ରେ ନିଆଁ ଲାଗି ପ୍ରାୟ ୪୫ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏନେଇ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ଅଗ୍ନିଶମ ବିଭାଗର ମୁଖ୍ୟ ନିକୋଲାଇ ନିକୋଲୋଭ ସୂଚନା ଦେଇଛନ୍ତି । ଏହି ମୃତକଙ୍କ ମଧ୍ୟରେ ଶିଶୁ ଥିବା ଜଣାପଡିଛି । ସେ କହିଛନ୍ତି ଯେ ବସରେ କୌଣସି କାରଣରୁ ନିଆଁ ଲାଗିଯିବାରୁ ଅତି କମରେ ୪୫ ଜଣଙ୍କର ମୃତ୍ୟୁ ଘଟିଛି । ସେହିପରି ବସରେ ଲାଗିଥିବା ନିଆଁକୁ ଆୟତ୍ତ ମଧ୍ୟ କରାଯାଇଛି । ଏହି ଦୁର୍ଘଟଣାଟି ବିଳମ୍ୱିତ ରାତିରେ ଘଟିଥିଲା ।