ବିଧାନସଭାରେ ବିଧାୟକଙ୍କ ହଙ୍ଗାମାରେ ଲାଗିବ କଟକଣା

ଭୁବନେଶ୍ୱର: ଆସନ୍ତା ୨୯ ତାରିଖରେ ବିଧାନସଭାରେ ବସିବ ସର୍ବଦଳୀୟ ବୈଠକ । ଏଥର କୋଭିଡ୍‌ କଟକଣାରେ ଚାଲିବ ବିଧାନସଭାର ଶୀତ ଅଧିବେଶନ । ଶୀତ ପୂର୍ବରୁ ସବୁ ବିଧାୟକଙ୍କର କରୋନା ଟେଷ୍ଟ କରାଯିବ । ଏହି ଟେଷ୍ଟ ତିନି ଦିନ ଧରି ଚାଲିବ । ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି ।

ଅନ୍ୟପଟେ କୌଣସି ବିଧାୟକ ଗୃହରେ ହୋ-ହଲ୍ଲା କରିପାରିବେନି । ଏ ନେଇ ସିମଲାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇଛି । ସର୍ବଦଳୀୟ ବୈଠକରେ ସମସ୍ତ ଦଳକୁ ଏ ନେଇ ଜଣାଇ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି । ସୂଚନଯୋଗ୍ୟ ଯେ, ଆସନ୍ତା ଡିସେମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେଶନ ।