ପଞ୍ଚାୟତ ଅଡ଼ିଟ୍ କରିବ ସିଏଜି

ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବା ବେଳେ ଆଜି ଭାରତର ମହାଲେଖା ନିୟନ୍ତ୍ରକ ତଥା ମହା ସମୀକ୍ଷକ ସିଏଜି ଗିରିଶ ମୁର୍ମୁ ଓଡ଼ିଶାଗସ୍ତରେ ଆସି ଏକ ବଡ଼ ନିଷ୍ପତ୍ତି ଶୁଣାଇ ଦେଇଛନ୍ତି । ସେ କହିଛନ୍ତି ଯେ ଏବେ ପଞ୍ଚାୟତ ଓ ପୌରପାଳିକାର ଅଡିଟ୍ ସିଏଜି କରିବେ । ପ୍ରଧାନ ମହାଲେଖା ନିୟନ୍ତ୍ରକ ବିଭୁଦତ୍ତ ବସନ୍ତିଆ ଆଉ ପାଦେ ଆଗକୁ ଯାଇ କହିଛନ୍ତି ଯେ ଆସନ୍ତା ମାସରୁ କଟକରୁ ଏହା ପରୀକ୍ଷାମୂଳକ ଅଡିଟ୍ ଆରମ୍ଭ ହେବ ।

ଯେହେତୁ ପୌର ସଂସ୍ଥାମାନଙ୍କୁ ଅର୍ଥ କମିସନଙ୍କ ସୁପାରିସ ଆଧାରରେ କୋଟି କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥ ଆବଣ୍ଟନ ହେଉଛି, ଏହାର ଯାଞ୍ଚ ହେବ ଓ ଅଡିଟ୍ ପ୍ରକ୍ରିୟା ୨୦୨୨ ମାର୍ଚ୍ଚ ମାସ ସୁଦ୍ଧା ଶେଷ ହେବ । ଶ୍ରୀ ମୁର୍ମୁଙ୍କ ଏହି ସୂଚନା ପରେ ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି ହୋଇଛି । ସିଏଜି ଏବେ ପଞ୍ଚାୟତିରାଜ ସଂସ୍ଥା ଓ ପୌର ପାଳିକା ତଣ୍ଟିରେ ବସିବେ ଏବଂ ଯଦି ସେସବୁ ସଂସ୍ଥାରେ କେଳେଙ୍କାରୀ ବାହାରିଲା, ତେବେ ଆଗକୁ ଏହା ଭୀଷଣ ପରିସ୍ଥିତି ସୃଷ୍ଟି କରିପାରେ ।।