ସୁନ୍ଦରଗଡରେ ୫୬ ଛାତ୍ରୀ କୋଭିଡ ସଂକ୍ରମିତ

ସୁନ୍ଦରଗଡ଼: ଚିନ୍ତା ବଢାଇଲାଣି ସୁନ୍ଦରଗଡ଼ ସେଣ୍ଟମେରି ବାଳିକା ବିଦ୍ୟାଳୟରେ କରୋନା ସଂକ୍ରମଣ । ଏହି ବିଦ୍ୟାଳୟରେ ୫୬ ଛାତ୍ରୀ ସଂକ୍ରମିତ ହୋଇଛନ୍ତି । ଯାହାକୁ ନେଇ ଚିନ୍ତାରେ ସ୍କୁଲ କର୍ତ୍ତୃପକ୍ଷ । କରୋନା ସଂକ୍ରମଣ ହ୍ରାସ ପରେ ଏବେ ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏବେ ବିଦ୍ୟାଳୟରେ ପାଠ ଆରମ୍ଭ ହୋଇଛି । ୫୬ ଛାତ୍ରୀ କରୋନାରେ କୋଭିଡ ସଂକ୍ରମିତ ହେବା ପରେ ସମସ୍ତଙ୍କୁ କ୍ୱରେଣ୍ଟାଇନ ରଖାଯାଇଛି । ନିୟମିତ ସେମାନଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଉଛି । ଆବଶ୍ୟକ ପଡିଲେ ସେମାନଙ୍କୁ ମେଡିକାଲକୁ ସ୍ଥାନାନ୍ତରିତ କରାଯିବ ।