ଯଦି ବଞ୍ଚିବାକୁ ଇଚ୍ଛା ଭାକସିନ ନିଅ : ଜର୍ମାନ ସରକାର

ବର୍ଲିନ: ଦେଶବାସୀଙ୍କୁ କରୋନାରୁ ରକ୍ଷା ଲାଗି ଜର୍ମାନ ସରକାର ଆପଣେଇଲେ ନୂଆ ତରିକା । ଯଦି ବଞ୍ଚିବାକୁ ଚାହୁଁଚ ଭାକସିନ ନିଅ ନଚେତ୍‌ ମରିବା ପାଇଁ ପ୍ରସ୍ତୁତ ହୋଇଯାଅ ବୋଲି ରୋକଠୋକ କହିଛନ୍ତି ଜର୍ମାନ ସରକାର । ଏଠାରେ ଡେଲ୍ଟା ଭାରିଆଣ୍ଟର ବଢିବା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଏମିତି ଚେତାବନୀ ଦେଇଛନ୍ତି ।

କୋଭିଡ ଟିକା ନେଇନଥିବା ଲୋକଙ୍କ ପାଇଁ କଠୋର ହୋଇଛନ୍ତି ସରକାର । ସ୍ପଷ୍ଟ ଭାବେ କୁହାଯାଇଛି, ବର୍ଷ ଶେଷକୁ ସେହିମାନେ ବଞ୍ଚିବେ ଯେଉଁମାନେ ଟିକା ନେଇଛନ୍ତି । କାରଣ ଏହି ଭୟାନକ ଡେଲଟା ଭାରିଆଣ୍ଟରୁ ବଞ୍ଚିବାକୁ ହେଲେ ଟିକା ନେବା ନିହାତି ଜରୁରୀ । ଦେଶରେ ପ୍ରାୟ ୬୮ ପ୍ରତିଶତ ଲୋକ ଭାକସିନ ନେଇଛନ୍ତି । ଆହୁରି ଅନେକ ଟିକା ନେଇନାହାଁନ୍ତି । ଏହାକୁ ଦୃଷ୍ଟିରେ ରଖି ଏମିତି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।