ଭାରତୀୟ କ୍ରିକେଟ ଟିମର ଡାଏଟ ଯୋଜନାକୁ ନେଇ ବିବାଦରେ ବିସିସିଆଇ

ମୁମ୍ବାଇ: ଭାରତ-ନ୍ୟୁଜିଲାଣ୍ଡ ଟେଷ୍ଟ ସିରିଜ ପୂର୍ବରୁ ଡାଏଟ ଚାର୍ଟକୁ ନେଇ ଟ୍ରୋଲର ଶିକାର ହୋଇଛି ବିସିସିଆଇ । ବିସିସିଆଇ ଭାରତୀୟ ଖେଳାଳିଙ୍କ ପାଇଁ ଖାଇବାରେ ହଲାଲ ମିଟ୍‌ ବାଧ୍ୟତାମୂଳକ ନେଇ ସମାଲୋଚନା କରାଯାଉଛି । ହେଲେ ଏହା ସ୍ପଷ୍ଟ ହୋଇ ନାହିଁ ଯେ, ବୋର୍ଡ ଆନୁଷ୍ଠାନିକ ଭାବେ ଡାଏଟ୍‌ ଚାର୍ଟ ଜାରି କରିଛି ନା ନାହିଁ । ଏନେଇ ଗଣମାଧ୍ୟମରେ ଏହାକୁ ନେଇ ହଙ୍ଗାମା ଚାଲିଛି ।

ଏକ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବିସିସିଆଇ ପ୍ରସ୍ତୁତ ଡାଏଟ୍‌ ଚାର୍ଟରେ ହଲାଲ ମିଟକୁ ବାଧ୍ୟତାମୂଳକ କରାଯିବା ନେଇ ପ୍ରଶଂସକ ବିସିସିଆଇ ଉପରେ ଖୁବ୍‌ ବର୍ଷିଛନ୍ତି । ସୂଚନାଅନୁଯାୟୀ ବିସିସିଆଇ ଖେଳାଳିଙ୍କ ପାଇଁ ଯେଉଁ ଡାଏଟ୍‌ ଚାର୍ଟ ପ୍ରସ୍ତୁତ କରିଛି ତାକୁ ମାନିବାକୁ ଖେଳାଳି ବାଧ୍ୟ । ଏହି ଡାଏଟ୍‌ ଚାର୍ଟରେ ହଲାଲ ମାଂସ ଖାଇବା ଉଲ୍ଲେଖ ରହିଛି । ଖେଳାଳିଙ୍କୁ ବିଫ୍‌ ଖାଇବାକୁ ଅନୁମତି ଦିଆଯାଇ ନାହିଁ । ଯଦି କୌଣସି ଖେଳାଳି ମାଂସ ଖାଇବାକୁ ଚାହିଁବେ ତେବେ କେବଳ ହଲାଲ ମିଟ୍‌ ଖାଇ ପାରିବେ । ଖାଦ୍ୟ ତାଲିକାରୁ ପୋର୍କ ଏବଂ ବିଫକୁ ବାଦ୍‌ ଦିଆଯିବା ସହ କୌଣସି ପ୍ରକାରର ମାଂସ ଖାଇ ପାରିବେ ନାହିଁ । ଅଆଇସିସି ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିଙ୍କୁ ଫିଟ୍‌ ରଖିବା ପାଇଁ ଏହି ଡାଏଟ ପ୍ଲାନ ପ୍ରସ୍ତୁତ କରାଯାଇଛି । ଖେଳାଳିଙ୍କୁ ଏହା କଡାକଡି ପାଳନ କରିବାକୁ କୁହାଯାଇଛି ।