ପୁଣି ଚର୍ଚ୍ଚାରେ ସମୀର ୱାଙ୍ଖେଡ: ଡ୍ରଗ୍ସ ଆଡ୍ଡା ଉପରେ ଚଢାଉ ସହ ୩ ଗିରଫ

ମୁମ୍ବାଇ : ପୁଣି ଚର୍ଚ୍ଚାରେ ଏନସିବି ଅଧିକାରୀ ସମୀର ୱାଙ୍ଖେଡ । ମହାରାଷ୍ଟ୍ର ନନ୍‌ଦୋଡରେ ଡ୍ରଗ୍ସ ଆଡ୍ଡା ଉପରେ ଚଢାଉ କରି ବିପୁଳ ପରିମାଣରେ ଅଫିମ ଜବତ କରିବା ସହ ୧୧୧ କେଜି ପୋପୀ ଷ୍ଟ୍ର ଧରାଯାଇଛି । ଏହାସହ ୧.୫୫ ଲକ୍ଷ ଟଙ୍କା ଏବଂ ୨ଟି ଗ୍ରାଇଣ୍ଡିଂ ମେସିନ ଜବତ କରାଯାଇଛି ।

ଏନସିବି ଅଧିକାରୀ ୱାଙ୍ଖେଡ କହିଛନ୍ତି ଯେ, ମହାରାଷ୍ଟ୍ରର ଏକ ସ୍ଥାନରେ ଡ୍ରଗ୍ସ କାରବାର ହେଉଥିବା ନେଇ ସୂଚନା ମିଳିବା ପରେ ସେଠାରେ ଚଢାଉ କରାଯାଇ ବିଭିନ୍ନ ସାମଗ୍ରୀ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ମହାରାଷ୍ଟ୍ରରେ ଡ୍ରଗ୍ସ କାରବାର ସମ୍ପୂର୍ଣ୍ଣ ପାଇଁ ଏକପ୍ରକାର ଅଭିଯାନ ଜାରି ରଖିଛନ୍ତି ଏନସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ । ଅନ୍ୟପକ୍ଷରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ଏଥିରୁ ବର୍ତ୍ତିନାହାନ୍ତି । ଏପରିକି ନିକଟରେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନକୁ ମଧ୍ୟ ମୁମ୍ବାଇ କ୍ରୁଜ୍‌ ଡ୍ରଗ୍ସ ମାମଲାରେ କରିଥିଲା ଏନ୍‌ସିବି ।