ଉବୁଟୁବୁ ହେଲା ଦିଲ୍ଲୀ । ଭୀଷଣ ବର୍ଷା ଯୋଗୁଁ ଦିଲ୍ଲୀର ତଳିଆ ଅଂଚଳରେ ପାଣି ଜମିଛି । ବୁଧବାର ସନ୍ଧ୍ୟାରେ ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ସ୍ୱଭାବିକ୍ ଜୀବନ ଯାତ୍ରା ପ୍ରଭାବିତ ହୋଇଛି । ଦେଶର ରାଜଧାନୀ ଦିଲ୍ଲୀରେ ଗୋଟିଏ ଘଣ୍ଟାରେ ୧୧୨ ମିଲିମଟର ବର୍ଷା ରେକର୍ଡ କରାଯାଇଛି । ଏହି କାରଣରୁ ମହାନଗରର ବିଭିନ୍ନ ଅଞ୍ଚଳରେ ଜଳସ୍ତର ବଢିଥିଲା। ରାସ୍ତାଗୁଡ଼ିକ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିଲା।
ଏହା ପରେ ପାଣିପାଗ ବିଭାଗକୁ ରେଡ୍ ଆଲର୍ଟ ଜାରି କରିବାକୁ ପଡିଲା। ଏଥି ସହିତ ନ୍ୟାସନାଲ ଫ୍ଲାସ ବନ୍ୟା ଗାଇଡାନ୍ସ ବୁଲେଟିନ୍ ଦିଲ୍ଲୀକୁ ‘ଏରିଆ ଅଫ୍ ଚିନ୍ତା’ ତାଲିକାରେ ଅନ୍ତର୍ଭୁକ୍ତ କରିଛି। ଅନ୍ୟପକ୍ଷରେ ପ୍ରବଳ ବର୍ଷା ଓ ଜଳସ୍ତର ଯୋଗୁଁ ଟ୍ରାଫିକ ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭୁଷୁଡ଼ି ଯାଇଛି। ଦିଲ୍ଲୀରୁ ନୋଏଡା, ଗୁରୁଗ୍ରାମ ଏବଂ ଗାଜିଆବାଦ ପର୍ୟ୍ୟନ୍ତ ଲୋକମାନେ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅଟକି ରହିଥିଲେ।
ସୂଚନା ଅନୁସାରେ, ଭୀଷଣ ବର୍ଷାରେ ତିନି ଜଣ ଆହତ ହୋଇଛନ୍ତି । ଗାଜିପୁର ସାପ୍ତାହିକ ବଜାର ଅଂଚଳରେ ମା-ପୁଅ ଡ୍ରେନରେ ଖସିପଡି ଆହତ ହୋଇଥିଲେ, ତୁରନ୍ତ ତାଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ସେହିପରି ସବଜିମଣ୍ଡି ଅଂଚଳରେ ଗୋଟିଏ ଦୋକାନ ଭୁଶୁଡ଼ିପଡ଼ିବାରୁ ଜଣେ ଆହତ ହୋଇଛନ୍ତି । ସେପଟେ ବର୍ଷା ଯୋଗୁଁ ଜୟପୁର ଯିବାକୁ ଥିବା ୮ଟି ବିମାନ ଓ ଲକ୍ଷ୍ନୌ ଯିବାକୁ ଥିବା ୨ଟି ବିମାନକୁ ବାତିଲ କରାଯାଇଥିଲା । ପାଣିପାଗ ବିଭାଗ ଦିଲ୍ଲୀ-ଏନସିଆରରେ ବର୍ଷା ପାଇଁ ରେଡ଼ ଅଲର୍ଟ ଜାରି କରିଥିବାରୁ ଆଜି ସମସ୍ତ ସ୍କୁଲ କଲେଜ ବନ୍ଦ ରହିବ ବୋଲି ସୂଚନା ମିଳିଛି।