ନୂତନ ନିର୍ଦ୍ଦେଶାବଳୀ ଜାରି କଲେ ନିର୍ବାଚନ ଆୟୋଗର

ନୂଆଦିଲ୍ଲୀ : ପାଞ୍ଚଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ନିର୍ବାଚନ ସମୟରେ ରୋଡ୍ ସୋ, ପଦଯାତ୍ରା, ସାଇକେଲ କିମ୍ବା ବାଇକ୍ ରାଲି ଉପରେ ପ୍ରତିବନ୍ଧକ ଜାରି ରହିବ। ରବିବାର ଦିନ ଏକ ପ୍ରେସ ବିଜ୍ଞପ୍ତି ଜାରି କରି ନିର୍ବାଚନ ଆୟୋଗ ଏହି ସୂଚନା ଦେଇଛନ୍ତି। ତେବେ ଇନଡୋର ହଲରେ ସର୍ବସାଧାରଣ ଶାରୀରିକ ବୈଠକ ଏବଂ ଖୋଲା ସ୍ଥାନରେ ବୈଠକ ପାଇଁ ଆୟୋଗ କିଛି ରିହାତି ଦେଇଛନ୍ତି। ଆୟୋଗ ଦ୍ୱାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରାଯିବ। ଏବେ ଇନଡୋର ହଲ୍ କ୍ଷମତାର ସର୍ବାଧିକ ୫୦ ପ୍ରତିଶତ ଏବଂ ଖୋଲା ପଡ଼ିଆର ୩୦ ପ୍ରତିଶତ ମଧ୍ୟରେ ସୀମିତ ରହିବ ।

ସଭା ସ୍ଥଳରେ ଏକାଧିକ ପ୍ରବେଶ ଏବଂ ପ୍ରସ୍ଥାନ ଫାଟକ ରହିବ ଯାହା ଦ୍ୱାରା ଲୋକମାନେ ଯିବା ଆସିବାରେ ସୁବିଧା ଅନୁଭବ କରବେ ଏବଂ ଭିଡକୁ ନିୟନ୍ତ୍ରଣ କରାଯଅଇ ପାରିବ । ସମସ୍ତ ପ୍ରବେଶ ପଥରେ ସମ୍ପୂର୍ଣ୍ଣ ପରିମଳ ଏବଂ ତାପଜ ସ୍କ୍ରିନିଂ କରାଯିବ । ସେହିଭଳି ପର୍ଯ୍ୟପ୍ତ ସଂଖ୍ୟକ ହ୍ୟାଣ୍ଡ ସାନିଟାଇଜର ପ୍ରବେଶ ଦ୍ୱାରରେ ଏବଂ ଏହା ଭିତରେ ରଖିବା ସହିତ ଶାରୀରିକ ଦୂରତା, ମାସ୍କ ପିନ୍ଧିବା ଏବଂ ଅନ୍ୟାନ୍ୟ ପଦକ୍ଷେପ ସବୁବେଳେ ନିଶ୍ଚିତ କରାଯିବାକୁ ଗୁରୁତ୍ୱ ଦିଆଯାଇଛି ।

ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ମଣିପୁର, ଗୋଆ ଏବଂ ପଞ୍ଜାବରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଉତ୍ତରପ୍ରଦେଶର ୪୦୩ ବିଧାନସଭା ଆସନ ପାଇଁ ସାତୋଟି ପର୍ଯ୍ୟାୟରେ ଭୋଟ୍ ୧୦ ଫେବୃଆରୀ ୧୪, ଫେବୃଆରୀ ୨୦, ଫେବୃଆରୀ ୨୩, ଫେବୃଆରୀ ୨୭, ମାର୍ଚ୍ଚ ୩ ଏବଂ ମାର୍ଚ୍ଚ ୭ ରେ ହେବ।