ଚଳଚ୍ଚିତ୍ର “ମାୟାବୀ”ର ଶୁଭ ମହୁରତ

ଭୁବନେଶ୍ୱର : ଚଳଚ୍ଚିତ୍ର “ଚକ୍ଷୁବନ୍ଧନ”ର ସଫଳତା ପରେ ଅନିଶ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ କରୁଛନ୍ତି ଚଳଚ୍ଚିତ୍ର “ମାୟାବୀ” l ରଜ ବଜାରକୁ ଟାର୍ଗେଟ ରଖି ଏହି ଫିଲ୍ମ ନିର୍ମାଣ କରାଯାଉଛି ।

ସମ୍ପର୍କ, ସିଦ୍ଧାନ୍ତ ଆଉ ମାନବିକ ଭାବ ପ୍ରବଣତାକୁ ଆଧାର କରି ପ୍ରକୃତ ସତ ପାଖରେ ପହଁଚି ସତ୍ୟର ସ୍ୱରୂପକୁ ଖୋଜି ପାଇବାର ଏକ ରହସ୍ୟ ଘେରା ରୋମାଞ୍ଚକର କାହାଣୀକୁ ନେଇ ଦର୍ଶକଙ୍କ ଆଗକୁ ଆସୁଥିବା ଏହି ଚଳଚ୍ଚିତ୍ରର ପ୍ରଯୋଜକ ତପନ କୁମାର ଦାଶ ଥିବାବେଳେ ନିର୍ଦ୍ଦେଶକ ଅଛନ୍ତି ସୁଧାଂଶୁ ମୋହନ ସାହୁ l ଏହି ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଯୋଗଦେଇ ମହୁରତ କ୍ଲାପ ଦେଇଥିଲେ। ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଅମ୍ଳାନ ଓ ଭୂମିକାଙ୍କ ଯୋଡିକୁ ଦେଖିବାକୁ ମିଳିବ । ଅନ୍ୟମାନଙ୍କ ମଧ୍ୟରେ ଆରଲିନ୍ ଅଙ୍କିତା, ସ୍ନେହା(କୋଲକାତା), ଆଶୁତୋଷ, ଚକ୍ରଧର, ପ୍ରଶାନ୍ତ ପାତ୍ର, ଆଲିଭିୟା, କୁନାଲ୍ ପ୍ରମୁଖ ରହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱରେ ଯଜ୍ଞ ଦାସ ରହିଥିବା ବେଳେ ଚିତ୍ରୋତ୍ତଳନ ଦାୟିତ୍ୱରେ ଧୃବାନନ୍ଦ ପଣ୍ଡା (ଲିଟୁ) ଓ କ୍ରିଏଟିଭ ହେଡ‌ ଅଛନ୍ତି ପ୍ରଣୟ ଜେଠୀ । କାର୍ଯ୍ୟକାରୀ ପ୍ରଯୋଜକ ଦିଲ୍ଲିପ ବଳବନ୍ତରାୟ ଅଛନ୍ତି।