ଖୋଲିଲା ହଷ୍ଟେଲ, ଆସନ୍ତାକାଲି ଶିକ୍ଷାନୁଷ୍ଠାନ

କରୋନା କଟକଣା ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି । ସ୍କୁଲ, କଲେଜ ଖୋଲିବା ପୂର୍ବରୁ ରାଜ୍ୟ ଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୂଯାଇ ଅ।ଜିଠାରୁ ରାଜ୍ୟର ସମସ୍ତ ହଷ୍ଟେଲ ଖୋଲିଛି । ମାତ୍ର ସବୁ ପ୍ରକାର କରୋନା କଟକଣା ମଧ୍ୟରେ ହଷ୍ଟେଲ ଖୋଲାଯାଇଛି । ହଷ୍ଟେଲ ପରିସରରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇସୋଲେସନ୍ ରୁମ୍ ର ମଧ୍ୟ ବ୍ୟବସ୍ଥା କରାଯାଇଛି । କୌଣସି ଛାତ୍ରଛାତ୍ରୀ ମାନଙ୍କ ଠାରେ ଲକ୍ଷଣ ଦେଖାଦେଲେ ସେମାନଙ୍କୁ ଅଲଗା ରଖିବାକୁ ନିର୍ଦ୍ଦେଶ ରହିଛି ।

ଏହାଛଡା ହଷ୍ଟେଲ ପରିସରକୁ ନିୟମିତ ଭାବରେ ସାନିଟାଇଜ୍ କରିବାକୁ ନିର୍ଦ୍ଦେଣ ରହିଛି । ପିଲାମାନଙ୍କ ମଧ୍ୟରେ ଆବଶ୍ୟକୀୟ ଦୁରତା ବଜାୟ ରଖିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ତେବେ ଏଥିପାଇଁ ସ୍ୱତନ୍ତ୍ର ଭାବରେ ଏକ ଗାଇଡଲାଇନ୍ ମଧ୍ୟ ଜାରି କରାଯାଇଛି । ଆସନ୍ତାକାଲି ଠାରୁ କ୍ଲାସରୁମ୍ ପାଠପଢା ଆରମ୍ଭ ହେଉଥିବାରୁ ପିଲାମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ରାଜ୍ୟ ଶିକ୍ଷା ବିଭାଗ ପକ୍ଷରୁ ହଷ୍ଟେଲ ଖୋଲିବାକୁ ନିଷ୍ପତି ନିଆଯାଇଛି ।