ଫିଲ୍ମ ‘୮୩’କୁ ଟ୍ୟାକ୍ସ ଫ୍ରି

ନୂଆଦିଲ୍ଲୀ : ବଲିଉଡ ଫିଲ୍ମ ‘୮୩’କୁ ଦିଲ୍ଲୀ ସରକାର ଏକ ବଡ଼ ଉପହାର ଦେଇଛନ୍ତି । କପିଲ ଦେବଙ୍କ ଅଧିନାୟକତ୍ୱରେ ଭାରତୀୟ କ୍ରିକେଟ ଟିମ୍‌ ୧୯୮୩ ମସିହାରେ ବିଶ୍ୱକପକୁ ହାସଲ କରିଥିଲେ । ଏହି ଐତିହାସିକ ବିଜୟୀ ଉପରେ କବୀର ଖାନ୍‌ ଏକ ଫିଲ୍ମ ପ୍ରସ୍ତୁତ କରିଛନ୍ତି । ଯାହାର ନାଁ ରହିଛି ‘୮୩’ । ବଲିଉଡ ଅଭିନେତା ରଣବୀର ସିଂହ ଫିଲ୍ମ ‘୮୩’କୁ ଦିଲ୍ଲୀରେ ଟ୍ୟାକ୍ସ ଫ୍ରି କରାଯିବ । ଦିଲ୍ଲୀରେ ‘୮୩’ ପାଇଁ କୌଣସି ଟ୍ୟାକ୍ସ ଆଦାୟ କରାଯିବ ନାହିଁ ବୋଲି ଦିଲ୍ଲୀ ସରକାର ଘୋଷଣା କରିଛନ୍ତି । ୮୩ରେ ରଣବୀରଙ୍କ ସହ ଦୀପିକା ପାଦୁକୋନ କପିଲ ଦେବଙ୍କ ପତ୍ନୀ ରୋମୀ ଭୂମିକାରେ ନଜର ଆସିବେ ।