ଇଣ୍ଡିଆନ ଅଏଲ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ଘଟି ୩ ମୃତ

କୋଲକାତା : ଇଣ୍ଡିଆନ ଅଏଲ କର୍ପୋରେସନର କ୍ୟାମ୍ପସରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହେବା ସହ ୩୫ ଜଣ ଆହତ ହୋଇଛନ୍ତି । ଏହି ଭୟଙ୍କର ନିଆଁକୁ ଦମକଳ ବାହିନୀ ବିଭାଗ ଦ୍ୱାରା ନିୟନ୍ତ୍ରଣ କରାଯାଇଛି । ଏହି ଘଟଣା ହଲଦିଆରେ ଇଣ୍ଡିଆନ ଅଏଲ କର୍ପୋରେସନର ପ୍ଲାଣ୍ଟରେ ଘଟିଛି । ଆହତଙ୍କୁ ଇଣ୍ଡିଆନ ଅଏଲ କର୍ପୋରେସନର ହସ୍ପିଟାଲ ଓ କୋଲକାତା ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ ଯେ, ଅଏଲ କର୍ପୋରେସନ ଭିତରେ ଏକ ମକ୍‌ ଡ୍ରିଲ୍‌ ଆୟୋଜନ କରାଯାଉଥିଲା । ମକ୍‌ ଡ୍ରିଲ୍‌ ପରେ ଏକ ପ୍ଲାଣ୍ଟରେ ସଟଡାଉନ କାମ ଚାଲିଥିଲା । ତେବେ ଡ୍ରିଲିଂ ସମୟରେ ବିସ୍ଫୋରଣ ଘଟିଥିଲା ବୋଲି ଜଣାପଡିଛି ।