ଶେଷ ହେଲା ଭାରତ-ଆମେରିକା ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ-ଆମେରିକା ଫୋର୍ସ ମିଳିତ ସମରାଭ୍ୟାସ ଶେଷ ହୋଇଛି । ଏହି ବାର୍ଷିକ ମିଳିତ ସମରାଭ୍ୟାସ ଶୃଙ୍ଖଳା ଚଳିତ ଥର ୧୩ ତମ ସଂସ୍କରଣରେ ପହଞ୍ଚିଛି । ଗତ ସଂସ୍କରଣ ୨୦୨୧ ଅକ୍ଟୋବରରେ ଆମେରିକାର ୱାଶିଂଟନରେ ଅନୁଷ୍ଠିତ ହୋଇଥିଲା । ଭାରତ ଓ ଆମେରିକା ସେନା ପରସ୍ପର ମଧ୍ୟରେ ଯୁଦ୍ଧ କୌଶଳ ବିନିୟମ ଓ ସଠିକ ସମନ୍ୱୟ ରକ୍ଷା କରି ଅପରେସନକୁ ସଫଳ କରିବା ଏହି ଅଭ୍ୟାସର ପ୍ରାଥମିକ ଓ ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଚଳିତ ବର୍ଷ ଏହି ମିଳିତ ସମରାଭ୍ୟାସ ୨୧ ଦିନ ଧରି ଚାଲିଥିଲା । ଏହି ଅଭ୍ୟାସ ଦୁଇ ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ଏହି ଅଭ୍ୟାସରେ ଟ୍ରେନିଂ, ପ୍ଲାନିଂ, କାର୍ଯ୍ୟକାରୀତା ତଥା ମିଳିତ ଯୁଦ୍ଧକୌଶଳ ପ୍ରଦର୍ଶନ କରିବା ଉପରେ ଉଭୟ ସେନା ଗୁରୁତ୍ୱ ଦେଇଥିଲେ ।