ପ୍ରଧାନମନ୍ତ୍ରୀ ମୋଦୀ ନିର୍ଦ୍ଧାରିତ କଲେ ଭାରତର ୨୫ ବର୍ଷର ଟାର୍ଗେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଭାରତ ଆଗାମୀ ୨୫ ବର୍ଷରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବାକୁ ଲକ୍ଷ୍ୟ ରଖିଛି । ଯାହାକୁ ହାସଲ କରିବାରେ ‘ମୌନ କ୍ରାନ୍ତି’ର ନେତୃତ୍ୱ ନେଇଥିବା ବିଦ୍ୟୁତ ଚାଲିତ ବାହନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କହିଛନ୍ତି ଯେ, ପରିବହନ କ୍ଷେତ୍ରରେ ବ୍ୟପକ ଶକ୍ତିର ଆବଶ୍ୟକତା ହେଉଛି । ଭାରତ ଆଗାମୀ ୨୫ ବର୍ଷର ଅମୃତ କାଳରେ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରତା ହାସଲ ଚାହୁଁଛି । ଜାପାନୀ ବାହନ ବିନିର୍ମାତା ସୁଜୁକି ମୋଟ କର୍ପୋରେଶନର ଭାରତୀୟ ପରିଚାଳନ ୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୋଦୀ କହିଛନ୍ତି ଯେ, ଶକ୍ତିକୁ ପରିବହନ କ୍ଷେତ୍ରରେ ଅଧିକ ବ୍ୟବହାର କରାଯାଉଛି । ଏହାକୁ ଆମେ ସମସ୍ତେ ଗୁରୁତ୍ୱ ଦେବାର ସମୟ ଆସିଛି । ଆମର ଆଶା ଅଛି ଏହି ଲକ୍ଷ୍ୟକୁ ଆମେ ପୂରା କରିପାରିବ । ପ୍ରଧାନମନ୍ତ୍ରୀ ମୋଦୀ ଗୁଜରାଟରେ ସୁଜୁକି ମୋଟରର ନୂଆ ଇଭି ବ୍ୟାଟେରି ୟୁନିଟ ଏବଂ ହରିୟାଣାର ସୋନୀପତରେ ମାରୁତି ସୁଜୁକିର ନୂଆ ୟୁନିଟ ପାଇଁ ଶିଳାନ୍ୟ।।ସ କରିବା ପରେ କହିଛନ୍ତି ଯେ, ଇଲେକ୍ଟ୍ରିକ ବାହନକୁ ପ୍ରୋତ୍ସାହନ ଦେବାର ଆବ୍ୟାକତା ରହିଛି ।