ଆତଙ୍କବାଦୀଙ୍କ ଟାର୍ଗେଟରେ ଇରାକ ପ୍ରଧାନମନ୍ତ୍ରୀ

ବାଗଦାଦ: ଆତଙ୍କବାଦୀଙ୍କ ଟାର୍ଗେଟରେ ଇରାକ ପ୍ରଧାନମନ୍ତ୍ରୀ ମୁସ୍ତାଫା ଅଲ-କାଦିମୀ । ଇରାକରେ ବଡ଼ ଧରଣର ଆତ୍ମଘାତୀ ହମଲା ହୋଇଛି । ତେବେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଇରାକର ପ୍ରଧାନମନ୍ତ୍ରୀ । କାରଣ ଆକ୍ରମଣକାରୀଙ୍କ ଟାର୍ଗେଟ ପ୍ରଧାନମନ୍ତ୍ରୀ । ଏହି ଆତ୍ମଘାତୀ ଆକ୍ରମଣରେ ୫ ଜଣ ଆହତ ହୋଇଥିବା ଜଣାପଡିଛି । ଇରାକ ସେନାକୁ ସୂଚନା ଦେଇ କହିଛି ଯେ ଏହି ଆକ୍ରମଣରେ ପ୍ରଧାନମନ୍ତ୍ରୀ ହିଁ ଟାର୍ଗେଟ କରିଥିଲେ । ତାଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା । ତେବେ କିଏ ଏହି ଡ୍ରାନ୍‌ ଆକ୍ରମଣ କରିଛ ତାହା ଏବେ ଜଣା ପଡିନାହିଁ ।