ଟି-୨୦ ବିଶ୍ୱକପ ସେମିଫାଇନାଲରୁ ଭାରତ ଆଉଟ

ଦୁବାଇ : ଚଳିତ ଆଇସିସି ଟି-୨୦ ବିଶ୍ୱକପ ସେମିଫାଇନାଲ ଆଶା ମଉଳିଯାଇଛି । ଆଫଗାନିସ୍ତାନର ଲୋ ସ୍କୋରିଂ ମ୍ୟାଚରେ ସହଜ ବିଜୟ ହୋଇଛି ନ୍ୟୁଜିଲାଣ୍ଡ । ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଆଫଗାନିସ୍ତାନକୁ ୮ ୱିକେଟରେ ହରାଇ ଦେଇଛି ନ୍ୟୁଜିଲାଣ୍ଡ ଦଳ । ଜବାବରେ ୧୮.୧ ଓଭରରେ ମାତ୍ର ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ୧୨୫ରନ ହାସଲ କରିଛି ନ୍ୟୁଜିଲାଣ୍ଡ । ଯାହା ଫଳରେ ନ୍ୟୁଜିଲାଣ୍ଡ ଦଳ ସେମି ଫାଇନାଲରେ ପହଞ୍ôଚପାରିଛି । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ଭେଟିବ ନ୍ୟୁଜିଲାଣ୍ଡ । ପାକିସ୍ତାନ ପରେ ନ୍ୟୁଜିଲାଣ୍ଡ ଟି-୨୦ ବିଶ୍ୱକପର ସେମି ଫାଇନାଲରେ ପହଞ୍ôଚଛି । ଯାହା ଫଳରେ ଟିମ ଇଣ୍ଡିଆର ସେମି ଫାଇନାଲ ଆଶା ଧୂଳିସାତ ହୋଇଯାଇଛି । ନ୍ୟୁଜିଲାଣ୍ଡ ଟିମ ସହଜରେ ଆଫଗାନିସ୍ତାନକୁ ପରାସ୍ତ କରି ୪ଟି ବିଜୟ ସହ ୮ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି । ଭାରତ ମୋଟ ଦୁଇଟି ବିଜୟ ସହ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି । ଭାରତ ଲିଗ ପର୍ଯ୍ୟାୟର ଶେଷ ମ୍ୟାଚ ନାମ୍ବିଆ ସହ ଖେଳିବ । ସେମି ଫାଇନାଲରେ ନ୍ୟୁଜିଲାଣ୍ଡ ଅଷ୍ଟ୍ରେଲିଆ ସାଙ୍ଗରେ ଖେଳିବାକୁ ଥିବାବେଳେ ପାକିସ୍ତାନକୁ ଇଂଲଣ୍ଡ ସାଙ୍ଗରେ ଖେଳିବ ।