କୋଭିଡ ହସ୍ପିଟାଲରେ ନିଆଁ ଲାଗି ୧୦ ରୋଗୀ ମୃତ

ମୁମ୍ୱାଇ: ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ ହସ୍ପିଟାଲରେ ନିଆଁ ଲାଗି ୧୦ କରୋନା ରୋଗୀଙ୍କ ମୃତ୍ୟୁ ହୋଇଛି । ସିଭିଲ୍‌ ହସ୍ପିଟାଲର କରୋନା ୱାର୍ଡରେ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ତେବେ ଏଥିରେ ୬ ଜଣ କରୋନା ରୋଗୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡିଛି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ କେଉଁ କାରଣରୁ ନିଆଁ ଲାଗିଛି ତାହା କାରଣ ଅସ୍ପଷ୍ଟ ରହିଛି ।