କୋଲକତା : ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ଜୁଲାଇ ୧୫ ପର୍ଯ୍ୟନ୍ତ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ଅବଧି ବୃଦ୍ଧି କରାଯାଇଥିଲେ ମଧ୍ୟ ଏଥର କିଛି ସର୍ତ୍ତମୂଳକ କୋହଳ ନୀତି ଅବଲମ୍ବନ କରାଯାଇଛି । ଆଜି ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶାବଳୀ ଅନୁସାରେ ୫୦% କ୍ଷମତା ସହ ସକାଳ ୧୧ ଟାରୁ ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ସେଲୁନ ଏବଂ ପାର୍ଲର ଖୋଲିବାକୁ ଅନୁମତି ମିଳିଛଇ । ସମସ୍ତ କର୍ମଚାରୀ ଏବଂ ଗ୍ରାହକଙ୍କ ଟିକାକରଣ ହୋଇଥିବା ଆବଶ୍ୟକ । ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ବଜାର ଖୋଲା ରହିବ ଏବଂ ଅନ୍ୟାନ୍ୟ ଦୋକାନ ସକାଳ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ । ୫୦% କ୍ଷମତା ସହ ଜିମ୍ ଖୋଲିବାକୁ ଅନୁମତି ରହିଛି । ସକାଳ ୬ଟାରୁ ୮ଟା ଏବଂ ଦିନ ୪ଟାରୁ ରାତି ୮ଟା ଯାଏ ଜିମ୍ ଖୋଲାରହିବ । ୫୦% ଯାତ୍ରୀଙ୍କ ସହ ସରକାରୀ ଏବଂ ଘରୋଇ ବସ୍ ଚଳାଚଳ ଆରମ୍ଭ କରିବ । ୫୦% କାର୍ଯ୍ୟ କ୍ଷମତା ସହ ସକାଳ ୧୦ଟାରୁ ଦିନ ୪ଟା ଯାଏ କାର୍ଯ୍ୟାଳୟଗୁଡିକ ଖୋଲାରହିବ । ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ବ୍ୟାଙ୍କ୍ ।