ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବ

ପୁରୀ,(ଏସ୍ ନ୍ୟୁଜ) : ଆସନ୍ତା ୧୨ତାରିଖରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ସେଥିପାଇଁ ପ୍ରଶାସନିକ ସ୍ତରରେ ଜୋରଦାର ପ୍ରସ୍ତୁତି ଚାଲିଛି । ଇତିମଧ୍ୟରେ ସ୍ନାନ ଯାତ୍ରା ସରିଥିବା ବେଳେ ରଥଖଳାରେ ତିନିରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି । ଗତବର୍ଷ ପରି ମଧ୍ୟ ଚଳିତବର୍ଷ ବିନା ଭକ୍ତରେ ଓ କୋଭିଡ କଟକଣା ମଧ୍ୟରେ ଘୋଷଯାତ୍ରା ଅନୁଷ୍ଠିତ ହେବ । ତେବେ ଚଳିତବର୍ଷ ରଥଯାତ୍ରାରେ କୌଣସି ବାହାର ଲୋକଙ୍କୁ ପୁରୀ ସହରକୁ ପ୍ରବେଶ କରିନପାରିବ ସେଥିପାଇଁ ସେଥିପାଇଁ ପୁରୀର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରାଯିବା ସହ ପୁରୀକୁ ଓ ପୁରୀରୁ କୌଣସି ବସ ଓ ଟ୍ରେନ ଚଳାଚଳ କରିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆବଶ୍ୟକ ପଡିଲେ ପୁରୀରେ ଥିବା ସମସ୍ତ ହୋଟେଲ, ଲଜିଂ ଓ ଧର୍ମଶାଳାକୁ ବନ୍ଦ ରଖାଯିବ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।