ମୁମ୍ବାଇ: ଟିଭି ସିରିଏଲ ଫେମ ଅଭିନେତ୍ରୀ ମୋହେନା କୁମାରୀ ସିଂହ ଖୁବଶୀଘ୍ର ମା ହେବାକୁ ଯାଉଛନ୍ତି । ଏନେଇ ସେ ତାଙ୍କ ଇନଷ୍ଟାରେ ନିଜ ବେବି ବମ୍ପ ସହ ଫଟୋ ପୋଷ୍ଟ ସେୟାର କରି ଲେଖିଛନ୍ତି ଯେ, ଏକ ନୂଆ ପ୍ରାରମ୍ଭର ଆରମ୍ଭ । ଏହି ଫଟୋରେ ସେ ତାଙ୍କ ସ୍ୱାମୀ ସୁୟଶଙ୍କ ସହ ନଜର ଆସିଛନ୍ତି ।
ସୂଚନାଯୋଗ୍ୟ ଯେ, ଗତବର୍ଷ ମୋହେନା କୋଭିଡରେ ଆକ୍ରାନ୍ତ ହୋଇଥିଲେ । ଏନେଇ ସେ ଇନଷ୍ଟାଗ୍ରାମରେ ଏନେଇ ସୂଚନା ଦେଇଥିଲେ । ବିବାହ ପରଠୁ ମୋହେନା ଅଭିନୟରୁ ଦୂରେଇ ଯାଇଛନ୍ତି । ସେ ନିଜର ଫ୍ୟାମିଲି ଲାଇଫ ଏନଜୟ କରୁଛନ୍ତି । ସୂଚନାଯୋଗ ଯେ, ମୋହେନା ୟେ ରିସ୍ତା କ୍ୟା କେହେଲାତା ହୈ, ସମେତ ପ୍ୟାର ତୁନେ କ୍ୟା କିଆ ଓ ଦିଲ ଦୋସ୍ତି ଡ୍ୟାନ୍ସ ଶୋ’ରେ ନଜର ଆସିବା ସହ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ ସିଜନ-୩ରେ ମଧ୍ୟ ଭାଗ ନେଇଥିଲେ ।