ଦିଲ୍ଲୀ ରଣଜୀ ଦଳରେ ଇଶାନ୍ତ ସାମିଲ

ନୂଆଦିଲ୍ଲୀ : ଆଇପିଏଲ୍‌-୨୦୨୨ ମେଗା ନିଲାମରେ ବାଦ ପଡିଛନ୍ତି ଭାରତୀୟ ଦ୍ରୁତ ବୋଲି ଈଶାନ୍ତ ଶର୍ମା । ଆଇପିଏଲ ନିଲାମରେ ତାଙ୍କୁ କୌଣସି ଦଳ କିଣି ନଥିଲେ । ବର୍ତ୍ତମାନ ଇଶାନ୍ତ ଏବେ ରଣଜୀ ମ୍ୟାଚ ଖେଳିବେ ବୋଲି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ଡିଡିସିଏ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ କୌଣସି ଜବାବ ଦେଇନଥିଲେ । ଶେଷରେ ଡିଡିସିଏ ଈଶାନ୍ତଙ୍କୁ ବାଦ ଦେଇ ଦଳ ଘୋଷଣା କରିଥିଲା । ଅନ୍ୟପକ୍ଷରେ ଆଇପିଏଲ-୨୦୨୨ ମେଗା ନିଲାମରେ ତାଙ୍କୁ କୌଣସି ପ୍ରାଞ୍ଚାଇଜ କିଣିନଥିଲେ । ଫଳରେ ସେ ରଣଜୀ ଖେଳିବା ନେଇ ଡିଡିସିଏକୁ ଜଣାଇଥିଲେ ।