ଏୟାର ଇଣ୍ଡିଆର ନୂଆ ସିଇଓ ହେଲେ ବିଲ୍ସନ

ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ପ୍ରବନ୍ଧନ ନିର୍ଦ୍ଦେଶକ ରୂପେ ନିଯୁକ୍ତ ପାଇଛନ୍ତି…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆର ନୂଆ ସିଇଓ ଏବଂ ପ୍ରବନ୍ଧନ ନିର୍ଦ୍ଦେଶକ ରୂପେ ନିଯୁକ୍ତ ପାଇଛନ୍ତି କେମ୍ପବେଲ ବିଲ୍ସନ । ଏନେଇ ଟାଟା ସନ୍ସ ପକ୍ଷରୁ ଜାରି ହୋଇଥିବା ବୟାନ ମୁତାବକ କେମ୍ପବେଲଙ୍କଠାରେ ବିମାନ ଉଦ୍ୟୋଗ ସମ୍ବନ୍ଧରେ ୨୬ ବର୍ଷର ଅନୁଭବ ରହିଛି । ଏୟାର ଇଣ୍ଡିଆର ନିର୍ଦ୍ଦେଶକ ମଣ୍ଡଳ ବିଲସମଙ୍କୁ ନିଯୁକ୍ତିକୁ ମଞ୍ଜୁରୀ ପ୍ରଦାନ କରିଛି । ସୂଚନାଯୋଗ୍ୟ ଯେ, କେମ୍ପବେଲ ବିଲ୍ସନ ସିଙ୍ଗାପୁର ଏୟାରଲାଇନ୍ସ ସହ ଯୋଡିତ ‘ସ୍କୁଟ’ର ସିଇଓ ଅଛନ୍ତି । ଏୟାର ଇଣ୍ଡିଆର ଚେୟାରମ୍ୟାନ ଏନ ଚନ୍ଦ୍ରଶେଖରନ କହିଛନ୍ତି ଯେ ଏୟାର ଇଣ୍ଡିଆରେ ବିଲ୍ସନଙ୍କୁ ସ୍ୱାଗତ କରିବାକୁ ନେଇ ମୋତେ ବେଶ ଖୁସି ଲାଗୁଛି । ସେ ବିମାନ ଉଦ୍ୟୋଗର ଜଣେ ଅନୁଭବୀ ବ୍ୟକ୍ତି ଯିଏକି ପ୍ରମୁଖ ବଜାରରେ କାମ କରିଛନ୍ତି ।