ରାଜସ୍ଥାନରେ ପୁଣି ହିଂସା: ନେତାଙ୍କ ଉପରକୁ ପଥରମାଡ

ରାଜସ୍ଥାନରେ ପୁଣି ସାଂପ୍ରଦାୟିକ ଉତ୍ତେଜନା ହୋଇଥିବା ଦେଖାଯାଇଛି…

ଜୟପୁର : ରାଜସ୍ଥାନରେ ପୁଣି ସାଂପ୍ରଦାୟିକ ଉତ୍ତେଜନା ହୋଇଥିବା ଦେଖାଯାଇଛି । ଭୀଲୱାରା ପରେ ହନୁମାନଗରେ ଉତ୍ତେଜନା ରହିଛି । ଏକ ରିପୋର୍ଟ ଅନୁସାରେ ହନୁମାନଗଡରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାନୀୟ ନେତାଙ୍କ ଉପରେ ଆକ୍ରମଣ ହୋଇଛି । ଆକ୍ରମଣକୁ ବିରୋଧ କରୁଥିବା ପ୍ରଦର୍ଶନକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି । ସୂଚନାଯୋଗ୍ୟ ଯେ, ହନୁମାନଗଡ ଜିଲ୍ଲାର ନୋହରରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଏଠାରେ ବିଶ୍ୱ ହିନ୍ଦୁ ପରିଷଦର ନେତା ସତବୀର ସହାରଣଙ୍କୁ କିଛି ଯୁବକ ଆକ୍ରମଣ କରିଛନ୍ତି । ଗୁରୁତର ସତବୀରଙ୍କୁ ନୋହରରୁ ହନୁମାନଗଡ ରେଫର କରାଯାଇଥିଲା । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ବିକାନେର ସ୍ଥାନାନ୍ତରିତ କରାଯାଇଛି । ଏହି ଘଟଣା ପରେ ବିଶ୍ୱ ହିନ୍ଦୁ ପରିଷଦର କର୍ମକର୍ତ୍ତାମାନେ ରାଜରାସ୍ତାକୁ ଓହ୍ଲାଇଥିବା ସୂଚନା ମିଳିଛି ।