କରୋନାରେ ଆକ୍ରାନ୍ତ ହେଲେ ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ
ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ସୋସିଆ….
ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେହିପରି ଆଗାମୀ ସପ୍ତାହରେ ହେବାକୁ ଥିବା ବିଭିନ୍ନ ସରକାରୀ ଯୋଜନା ସହ ଜଡିତ କାର୍ଯ୍ୟକ୍ରମରେ ଯୋଗ ନଦେଇ ପାରିବାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୁଁ ବ୍ୟକ୍ତିଗତ ଭାବେ ସେଠାରେ ଉପସ୍ଥିତ ହୋଇପାରିବି ନାହିଁ କିନ୍ତୁ ଟିମ ସହ ସମ୍ପର୍କରେ ରହିବି ଏବଂ ନିଜ ବିଚାର ବ୍ୟକ୍ତ କରିବି । ସୂଚନାଯୋଗ୍ୟ ଯେ, ସଂପୂର୍ଣ୍ଣ ଟିକାକରଣ ନେଇଥିବା ସତ୍ତେ୍ୱ ବି ପ୍ରଧାନମନ୍ତ୍ରୀ ଜେସିଣ୍ଡା ଅର୍ଡର୍ନ ନିଜ ବାସଭବନରେ ଅଲଗା ରହୁଥିବା ଜଣାଇଛନ୍ତି ।