ଫିନଲାଣ୍ଡକୁ ରୁଷର ଚେତାବନୀ

ନାଟୋ ସଂଗଠନରେ ସାମିଲ ହେବାକୁ ନେଇ ଫିନଲାଣ୍ଡ ଘୋଷଣା କରିବା ପରେ….

ନୂଆଦିଲ୍ଲୀ: ନାଟୋ ସଂଗଠନରେ ସାମିଲ ହେବାକୁ ନେଇ ଫିନଲାଣ୍ଡ ଘୋଷଣା କରିବା ପରେ ରୁଷର ଚିନ୍ତା ବଢାଇ ଦେଇଛି । ଏହାସହ ଫିନଲାଣ୍ଡକୁ ରୁଷ ବିଜୁଳ ଯୋଗାଣ ବନ୍ଦ କରିଦେବ ବୋଲି ଧମକ ଦେଇଥିବା ଜଣାପଡିଛି । ସେହିପରି ଯଦି ରୁଷ ବିଜୁଳି ଯୋଗାଣ ବନ୍ଦ କରିଦିଏ ତେବେ ପୁରା ଫିନଲାଣ୍ଡ ଅନ୍ଧାରରେ ରହିବ । ସୂଚନାଯୋଗ୍ୟ ଯେ, ରୁଷ କହିଛି ଯେ, ଏହି ବିପଦକୁ ସାମ୍ନା କରିବା ପାଇଁ ସୈନ୍ୟ ଓ ଅନ୍ୟ ଜରୁରୀ ପଦକ୍ଷେପ ନେବା ପାଇଁ ରୁଷ ବାଧ୍ୟ ହେବ ।