ଆସନ୍ତା ପହିଲାରୁ ରାଜଧାନୀରେ ପ୍ଲାଷ୍ଟିକ ବ୍ୟାନ!

ରାଜଧାନୀ ଦିଲ୍ଲୀରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଜିନିଷକୁ ବ୍ୟାନ କରିବା ପାଇଁ ଘୋଷଣା କରାଯାଇଛି । ଏହି ନିୟମ ଜୁନ ପହିଲାରୁ..

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ ଜିନିଷକୁ ବ୍ୟାନ କରିବା ପାଇଁ ଘୋଷଣା କରାଯାଇଛି । ଏହି ନିୟମ ଜୁନ ପହିଲାରୁ ଲାଗୁ ହେବ । ଏନେଇ ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟରେ ସିଙ୍ଗଲ ୟୁଜ ପ୍ଲାଷ୍ଟିକର ଆମଦାନୀ, ରପ୍ତାନୀ, ବିକ୍ରି ଓ ତିଆରି ଉପରେ ପ୍ରତିବନ୍ଧକ ଲଗାଇଥିଲେ କେନ୍ଦ୍ର ପରିବେଶ ମନ୍ତ୍ରୀ । ଏଥିସହିତ ପଲିଥିନକୁ ମଧ୍ୟ ତିଆରି କରିବା ଉପରେ କଟକଣା ମଧ୍ୟ ଲାଗୁ କରାଯାଇଥିଲା । ସିଙ୍ଗଲ ୟୁଜ ପ୍ଲାଷ୍ଟିକରେ ଇଅରବଡ୍‌, ପ୍ଲାଷ୍ଟିକ ଷ୍ଟିକ୍‌? ବେଲୁନ୍‌, ପତାକା, ଚକଲେଟ କାଠି, ଆଇସକ୍ରିମ ଚାମଚ, ଥର୍ମୋକୁଲ, ଥାଳି, କପ୍‌, ଗ୍ଲାସ, ଫୋର୍କ୍ସ, ଚାମଚ, କେକ କଟା ଛୁରି, ଷ୍ଟ୍ର, ଟ୍ରେ, ରାପର, ଗିଫ୍ଟ ପ୍ୟାକିଂ ଜରି, ନିମନ୍ତ୍ରଣ ପତ୍ର, ପିଭିସି ବ୍ୟାନର ପ୍ରଭୃତି ଜିନିଷ ରହୁଛି । ଏହି ସବୁ ଜିନିଷ ଆସନ୍ତା ଜୁନ ୧ ତାରିଖରୁ ପ୍ରତିବନ୍ଧକ ଲଗାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।