ନୂଆ ଅନ୍ଦାଜରେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ନୂଆ ଚେହେରା ଏବଂ ଅବତାର ସହିତ…

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ତାଙ୍କ ନୂଆ ଚେହେରା ଏବଂ ଅବତାର ସହିତ ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି । କାରଣ ହେଉଛି ସେ ନିକଟରେ ସୋସିଆଲ୍‌ ମିଡିଆକୁ ଗୁଡବାଏ କହିଥିଲେ । ହେଲେ ଏବେ ସୋସିଆଲ ମିଡିଆରେ ତାଙ୍କର ଆଗାମୀ ଫିଲ୍ମ ‘ନିକମା’ର ଭିଡିଓ ସେୟାର କରିଛନ୍ତି । ସେହିପରି ଅଭିନେତ୍ରୀ ଶିଳ୍ପାଙ୍କ ଫିଲ୍ମ ‘ନିକମା’ର ଟ୍ରେଲର ରିଲିଜ ହୋଇଛି । ଏହି ଆନିମେଟେଡ୍‌ ଭିଡିଓ ଅଭିନେତ୍ରୀ ଧମାକାଦାର ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଶିଳ୍ପା ସେୟାର କରାଯାଇଥିବା ଭିଡିଓରେ ସୁପରମ୍ୟାନ ଲୁକରେ ନଜର ଆସିଛନ୍ତି । ଏହାସହ ଭିଡିଓ ପୋଷ୍ଟର ସେୟାର କରି ସେ ଲେଖିଛନ୍ତି ଯେ, ଆମେ ଏକ ନୂଆ ଅବତାରରେ କଥା ହେଉଛୁ ।