ଆଇପିଏଲ-୨୦୧୯ ବେଟିଂ: ସିବିଆଇ ମାମଲା ରୁଜୁ କଲା

ଆଇପିଏଲ-୨୦୧୯ରେ ପାକିସ୍ତାନ ଲିଙ୍କ ଥିବା ବେଟିଂ ସିଣ୍ଡିକେଟ ବିରୋଧରେ ସିବିଆଇ ମାମଲା…

ନୂଆଦିଲ୍ଲୀ : ଆଇପିଏଲ-୨୦୧୯ରେ ପାକିସ୍ତାନ ଲିଙ୍କ ଥିବା ବେଟିଂ ସିଣ୍ଡିକେଟ ବିରୋଧରେ ସିବିଆଇ ମାମଲା ରୁଜୁ କରିଛି । ସେହିପରି ସିବିଆଇ ଦିଲ୍ଲୀ ଏବଂ ରାଜସ୍ଥାନର ୭ଟି ସ୍ଥାନରେ ଚଢାଉ କରି ତଦନ୍ତ ଆରମ୍ଭ କରିଛି । ଜଣେ ବରିଷ୍ଠ ସିବିଆଇ ଅଧିକାରୀଙ୍କ କହିବା ଅନୁଯାୟୀ ଦିଲ୍ଲୀ, ଯୋଧପୁର, ହାଇଦ୍ରାବାଦ, ଜୟପୁରର ୭ଟି ସ୍ଥାନରେ ଚଢାଉ ଜାରି ରହିଛି । ଏହିସବୁ ସ୍ଥାନରେ ଆଇପିଏଲ-୨୦୧୯ ସମୟରେ ବେଟିଂ କରାଯାଉଥିଲା । ସେହିପରି ବେଟିଂ ପାଇଁ ଲଗାଯାଉଥିବା ଟଙ୍କା ପାକିସ୍ତାନକୁ ପଠାଯାଉଥିବା ଜଣାପଡିଛି । ଅନ୍ୟପକ୍ଷରେ ଜନସାଧାରଣଙ୍କୁ ନକଲି ବ୍ୟାଙ୍କ ଆକାଉଣ୍ଟ, ଆଇଡି କାର୍ଡ ପ୍ରସ୍ତୁତ କରିବା ସହ ଗ୍ରାହକଙ୍କ ଡକ୍ୟୁମେଣ୍ଟ୍ସ ସଂଗ୍ରହ କରି ଅର୍ଥ ଲୁଟ କରୁଥିଲେ । ସୂଚନା ଅନୁଯାୟୀ ଏପରି ସିଣ୍ଡିକେଟ ୨୦୧୦ରୁ ଚାଲି ଆସୁଥିଲା । ବର୍ତ୍ତମାନ ମାମଲା ତଦନ୍ତ ପରିସରଭୁକ୍ତ ରହିଛି ।