ଷ୍ଟାର କିଡ୍ସଙ୍କୁ ସିଝା ଅଣ୍ଡା ସହ କଲେ ତୁଳନା କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି…

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପୁଣି ଏକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଛନ୍ତି । ଅଭିନେତ୍ରୀ କଙ୍ଗନା ରଣାୱତ ବଲିଉଡ ଷ୍ଟାର କିଡ୍ସଙ୍କୁ ଟାର୍ଗେଟ୍‌ କରି ଏକ ବିବାଦୀୟ ବୟାନ ଦେଇଛନ୍ତି । କଙ୍ଗନା ରଣାୱତ ଏକ ସାକ୍ଷାତକାରରେ ତାଙ୍କର ଆଗାମୀ ଫିଲ୍ମ ଧାକଡ ସମ୍ପର୍କରେ ଆଲୋଚନା କରିଥିଲେ । ଏହାସହ ସେ କହିଛନ୍ତି ଯେ, ଦର୍ଶକଙ୍କୁ ସାଉଥ ଷ୍ଟାରଙ୍କ ତୁଳନାରେ ବଲିଉଡ ଷ୍ଟାର କିଡ୍ସଙ୍କ ସହ ଯୋଡିହେବାରେ ସମସ୍ୟା ହୋଇଥାଏ । ସାଉଥ ଫିଲ୍ମ ଷ୍ଟାର୍‌ ଯେଉଁଭଳି ଭାବେ ଦର୍ଶକଙ୍କ ସହ ନିଜକୁ ଯୋଡି ରଖନ୍ତି ତାହା ଅତ୍ୟନ୍ତ ମଜଭୁତ ଥାଏ । ସେଠାକାର ଷ୍ଟାର୍‌ମାନେ ତାଙ୍କ ଫ୍ୟାନଙ୍କ ସହ ମିଳାମିଶା କରିବାକୁ ଚେଷ୍ଟା କରନ୍ତି କିନ୍ତୁ ଆମର ଷ୍ଟାର୍‌ କିଡ୍ସ ପାଠ ପଢିବାକୁ ବିଦେଶ ଯାଆନ୍ତି ।

ସେହିପରି ବଲିଉଡ ଷ୍ଟାର କିଡ୍ସ ଇଂରାଜୀରେ କଥା ହେବା ସହ କେବଳ ହଲିଉଡ୍‌ ଫିଲ୍ମ ଦେଖନ୍ତି ଓ କାଠିରେ ଖାଦ୍ୟ ଖାଇଥାନ୍ତି । କଙ୍ଗନା ଆହୁରି ମଧ୍ୟ କହିଥିଲେ ଯେ, ଏମାନେ ଦେଖିବାକୁ ଲାଗନ୍ତି ଯୋମିତି ସିଝା ଅଣ୍ଡା ପରି । ଏମାନଙ୍କର ପୁରା ଲୁକ୍‌ ବଦଳି ଯାଇଥାଏ । ତେଣୁ ଲୋକମାନେ କିପରି ଜାଣିବେ । ଅନ୍ୟପକ୍ଷରେ କଙ୍ଗନା ଆହୁରି କହିଛନ୍ତି ଯେ, ମୋର କାହାକୁ ଟ୍ରୋଲ କରିବା ଉଦ୍ଦେଶ୍ୟ ନୁହେଁ ।