ଫେବୃଆରୀରେ ପିକରେ ରହିବ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଆସନ୍ତାବର୍ଷ ଆରମ୍ଭରେ ଓମିକ୍ରନ ଯୋଗୁ କରୋନାର ତୃତୀୟ ଲହର ଆସିପାରେ । ଆଉ ଫେବୃଆରୀରେ ପିକରେ ରହିବ ତୃତୀୟ ଲହର । ଭାରତରେ ଓମିକ୍ରନ ତୃତୀୟ ଲହରର କାରଣ ପାଲଟିବ । ମାତ୍ର ଆଶ୍ୱସ୍ତିକର ବିଷୟ ଏହା ଦ୍ୱିତୀୟ ଲହର ତୂଳନାରେ ଏହାର ପ୍ରକୋପ କମ ରହିବ । ଅନ୍ୟପକ୍ଷରେ ଦେଶରେ ବ୍ୟାପକ ମାତ୍ରାରେ ରହିଥିବା ଇମ୍ୟୁନିଟି କାରଣରୁ ଦ୍ୱିତୀୟ ଲହର ତୂଳନାରେ ଏହାର ପ୍ରକୋପ କମ ରହିବା ଉଚିତ୍‌ । କିନ୍ତୁ ତୃତୀୟ ଲହର ନିଶ୍ଚିତ ରୂପେ ଆସିବ । ବର୍ତ୍ତମାନ ଦେଶରେ ପ୍ରତିଦିନ ପ୍ରାୟ ୭ ହଜାରରୁ ଉଦ୍ଧ୍ୱର୍ ନୂଆ ମାମଲା ଚିହ୍ନଟ ହେଉଛନ୍ତି ।

ଆଇଆଇଟି ହାଇଦ୍ରାବାଦର ପ୍ରଫେସର ବିଦ୍ୟାସାଗର କହିଛନ୍ତି ଭାରତରେ ଦ୍ୱିତୀୟ ଲହର ତୂଳନାରେ ତୃତୀୟ ଲହରର ପ୍ରଭାବ କମ ରହିବ । ଏକ ସର୍ଭେ ଅନୁଯାୟୀ ବହୁତ କମ ଲୋକ ଏମିତି ଅଛନ୍ତି ଯେଉଁମାନେ ଡେଲ୍‌ଟା ଭାରିଏଣ୍ଟ ସଂପର୍କରେ ଆସି ନାହାନ୍ତି । ଦେଶରେ ୮୫ ପ୍ରତିଶତ ଲୋକଙ୍କୁ ଟିକାର ପ୍ରଥମ ଡୋଜ୍‌ ମିଳି ସାରିଛି । ୫୫ ପ୍ରତିଶତ ଡବଲ ଡୋଜ୍‌ ନେଇ ସାରିଛନ୍ତି ବୋଲି ସେ କହିଛନ୍ତି ।