ଏହି ଦେଶରେ ୨୪ ଘଣ୍ଟାରେ ୧୦ ହଜାର ଓମିକ୍ରନ ଚିହ୍ନଟ

ଲଣ୍ଡନ: ସାରା ଦେଶରେ କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବଢି ବଢି ଚାଲିଥିବାବେଳେ ବ୍ରିଟେନରେ ଏହା ଭୟଙ୍କର ସ୍ଥିତି ଦେଖାଦେଇଛି । ବ୍ରିଟେନ ସ୍ୱାସ୍ଥ୍ୟ ଅଧିକାରୀଙ୍କ ସୂଚନା ଦେଇଛନ୍ତି ଯେ, ଗୋଟିଏ ଦିନରେ ବ୍ରିଟେନରେ ୧୦ ହଜାର ଓମିକ୍ରନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଓମ୍ରିକନ୍‌ ଯୋଗୁଁ ଲୋକେ ଅସୁସ୍ଥ ହେବା ସହ ହସ୍ପିଟାଲରେ ଭର୍ତ୍ତି ହେଲା ଭଳି ପରିସ୍ଥିତି ଉପୁଜିପାରେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏକ ରିପୋର୍ଟରେ ଉଲ୍ଲେଖ କରିଛନ୍ତି । ଏଣୁ ଖୀଷ୍ଟମାସ୍‌ ଏବଂ ନୂଆବର୍ଷ ଭଳି ପର୍ବରେ ଲକଡାଉନ୍‌ ଲାଗୁ କରିବାକୁ ପରାମର୍ଶ ଦେଇଛନ୍ତି ।