ଜୟପୁର ବିମାନ ବନ୍ଦରରୁ ୨୦ କୋଟିର ଡ୍ରଗ୍ସ ଜବତ

ଜୟପୁର: ଜୟପୁର ବିମାନ ବନ୍ଦରରେ କଷ୍ଟମ ବିଭାଗ ପ୍ରାୟ ୨୦ କୋଟି ଟଙ୍କାର ଡ୍ରଗ୍ସ ଜବତ କରିଛି । ଏହି ଡ୍ରଗ୍ସ ଜଣେ ମହିଳାଙ୍କ ବ୍ୟାଗରୁ ଜବତ ହୋଇଛି । ସେ ୟୁଏଇରୁ ଫେରିଥିବା ଜଣାପଡିଛି । ମହିଳା ନିଜ ବ୍ୟାଗରେ ଡ୍ରଗ୍ସ ଲୁଚାଇ ବିମାନ ବନ୍ଦରରେ ଖସିଯିବାକୁ ଚେଷ୍ଟା କରୁଥିଲେ । ମହିଳା ଜଣଙ୍କ ବିମାନ ବନ୍ଦରରେ ଓହ୍ଲାଇବା ମାତ୍ରେ ତାଙ୍କୁ କଷ୍ଟମ ବିଭାଗ ଅଟକ ରଖି ତଲାସି ନେଇଥିଲା । ଏହି ତଲାସୀ ବେଳେ ତାଙ୍କ ବ୍ୟାଗରୁ ପ୍ରାୟ ପାଖାପାଖି ଦୁଇ କେଜି ଡ୍ରଗ୍ସ ମିଳିଛି ଓ ଏହାର ଆନୁମାନିକ ମୂଲ୍ୟ ୨୦ କୋଟି ଟଙ୍କା ହେବ ବୋଲି କଷ୍ଟମ ବିଭାଗ କହିଛନ୍ତି ।