ପିଆଇବି, ଭୁବନେଶ୍ଵର : ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର ପାଇଥିବାରୁ ରାଷ୍ଟ୍ରପତିଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି ।
ରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତର ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି:
‘ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର ଦ୍ୱାରା ସମ୍ମାନିତ କରାଯାଇଥିବାରୁ ତାଙ୍କୁ ଅଭିନନ୍ଦନ । ସରକାର ଏବଂ ସୁରିନାମ ଲୋକଙ୍କ ଏହି ବିଶେଷ ଭାବ ଆମ ଦେଶ ମଧ୍ୟରେ ସ୍ଥାୟୀ ବନ୍ଧୁତ୍ୱର ପ୍ରତୀକ ।’