ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କୋଲକାତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି (ଗୁରୁବାର) ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଉଦଘାଟନ କରିବେ। ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଏହାକୁ ଉଦଘାଟନ କରିବେ ବୋଲି ପୂର୍ବତଟ ରେଳ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। ପୁରୀ ରେଳ ଷ୍ଟେସନ ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ଷ୍ଟେସନରେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ।

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସକୁ ଗୁରୁବାର ଦିନ ଅପରାହ୍ନ ପ୍ରାୟ ୧ଟା ସମୟରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ଉଦଘାଟନ କରିବେ। ଏହି ଟ୍ରେନ୍ ପ୍ରାୟ ୬ ଘଣ୍ଟା ୨୫ ମିନିଟ ମଧ୍ୟରେ ପୁରୀ ଏବଂ ହାୱଡ଼ା ମଧ୍ୟରେ ୫୦୦ କିଲୋମିଟର ଦୂରତା ଅତିକ୍ରମ କରିବ। ଏହି ୨୨୮୯୬ ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ ନିୟମିତ ଭାବେ ମେ’ ୨୦ରୁ ଆରମ୍ଭ ହେବ। ଗୁରୁବାର ବ୍ୟତୀତ ଏହି ଟ୍ରେନ୍ ସପ୍ତାହରେ ୬ ଦିନ ଚାଲିବ।