ପାରାଲିମ୍ପିକ୍ସ ବିଜେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୋକିଓ ପାରାଲିମ୍ପିକ୍ସ ବିଜେତାଙ୍କୁ ଭେଟିବାକୁ ଯାଉଛନ୍ତି । ଟୋକିଓ-୨୦୨୦ରେ ଦମଦାର ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଘୋଷଣା କରାଯାଇଛି । ଚଳିତ ପାରାଲିମ୍ପିକ୍ସରେ ଅଦ୍ୟାବଧି ଭାରତ ୧୩ଟି ପଦକ ହାସଲ କରି ସାରିଛି । ଆସନ୍ତା ସେପ୍ଟେମ୍ବର ୯ ତାରିଖରେ ପ୍ରଧାନମନ୍ତ୍ରୀ ଏହି ଖେଳାଳି ମାନଙ୍କୁ ଭେଟିବାକୁ ଯାଉଛନ୍ତି । ଭାରତ ଚଳିତ ଅଲିମ୍ପିକ୍ସରେ ୫୪ ଜଣିଆ ଦଳ ପଠାଇଥିବା ବେଳେ ୧୩ ପଦକ ସହିତ ଦଳ ୩୭ ତମ ସ୍ଥାନରେ ରହିଛି । ଭାରତୀୟ ଖେଳାଳି ମାନେ ୨ଟି ସ୍ୱର୍ଣ୍ଣ, ୬ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ ପଦକ ହାସଲ କରିବାରେ ସମର୍ଥ ହୋଇଛନ୍ତି ।