ନୂଆଦିଲ୍ଲୀ: ସୀମାରେ ସୈନିକ ପଛକୁ ହଟାଇବାକୁ ନେଇ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସହମତି ଶେଷ ପଯ୍ୟାୟରେ ପହଞ୍ଚିଛି । ପୂର୍ବ ଲଦାଖର ଯେଉଁ ସ୍ଥାନରେ ଗତିରୋଧ ହୋଇଥିଲା ସେଠାରୁ ଉଭୟ ଦେଶର ସୈନିକ ହଟି ଯାଇଛନ୍ତି । ସୂଚନାଯୋଗ୍ୟ, ଉଭୟ ଭାରତ ଓ ଚୀନ ଗତ ସପ୍ତାହରେ ପୀପୀ-୧୫ରୁ ନିଜ ନିଜ ସୈନିକ ପଛକୁ ହଟାଇବେ ବୋଲି କହିଥିଲେ । ଉକ୍ତ ସ୍ଥାନରୁ ୨-୪ କିମି ବୋଫର ଜୋନ କରାଯାଇପାରେ ବୋଲି ସୂଚନା ମିଳିଛି । କିନ୍ତୁ ଏନେଇ ଆନୁଷ୍ଠାନିକ ରୂପେ କୌଣସି ଘୋଷଣା କରାଯାଇ ନାହିଁ । ଉକ୍ତ ସ୍ଥାନରୁ ସୈନିକ ହଟାଇବା ପାଇଁ ଭାରତ ପୂର୍ବରୁ ଚୀନ ଉପରେ ଚାପ ପକାଇଥିଲା ।