ବାବରଙ୍କୁ କଡ଼ା ତାଗିଦ କଲେ ଆକ୍ରମ

ନୂଆଦିଲ୍ଲୀ : ଏସିଆ କପ-୨୦୨୨ର ଫାଇନାଲରେ ପାକିସ୍ତାନ ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଛି । ଏଭଳି ପରିସ୍ଥିତିରେ ପାକିସ୍ତାନର ପୂର୍ବତନ ବୋଲର ୱାସିମ ଅକ୍ରାମ ପାକିସ୍ତାନ ଦଳର ଅଧିନାୟକ ବାବର ଆଜାମଙ୍କ କଡା ତାଗିଦ କରିଛନ୍ତି । ୱାସିମ କହିଛନ୍ତି ଯେ ପାକିସ୍ତାନ ଦଳ ଅଧିନାୟକତ୍ୱରେ ଭୁଲ ରହିଯାଇଛି । ୱାସିମ କହିଛନ୍ତି ବାବରଙ୍କୁ ଶୀଘ୍ର ଶିଖିବାକୁ ପଡିବ ଯେ ଯେତେବେଳେ ଦଳ ୫ ୱିକେଟ ହରାଇଛି, ତା’ହେଲେ ତୁମର ମୁଖ୍ୟ ବୋଲରମାନଙ୍କୁ ସାମ୍ନାକୁ ଆଣ । ଶେଷ ୨ ଓଭର ବିଷୟରେ ଚିନ୍ତା କର ନାହିଁ । ଫାଇନାଲରେ ବାବର ଆଜାମ ମଧ୍ୟ ସେହି ସମାନ ଭୁଲ କରିଥିଲେ ।

ଯେଉଁଥିରେ ଦଳକୁ ଭଲ ସ୍ଥିତିରେ ରଖିବା ପାଇଁ ଭାନୁକା ରାଜପକ୍ସା ଏବଂ ୱାନିନ୍ଦୁ ହାସରାଙ୍ଗା ମଧ୍ୟଭାଗରେ ରନ କରିଥିଲେ । ଶେଷ ୧୦ ଓଭରରେ ଶ୍ରୀଲଙ୍କା ୧୦୦ ରୁ ଅଧିକ ରନ ସଂଗ୍ରହ କରିଥିଲା । ତେବେ ବିଶ୍ୱକପ ପୂର୍ବରୁ ମିଡିଲ ଅର୍ଡର ସ୍ଥିର କରାଯିବା ଉଚିତ ବୋଲି ୱାସିମ ଅକରମ ମଧ୍ୟ ଦଳକୁ ପରାମର୍ଶ ଦେଇଛନ୍ତି । ଏହା ବ୍ୟତୀତ ସେ ପାକିସ୍ତାନ ଦଳର ଓପନରଙ୍କ ଆଭିମୁଖ୍ୟ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି । ୱାସିମ କହିଛନ୍ତି ଜଣେ ଓପନର ଆକ୍ରମଣାତ୍ମକ ହେବା ଉଚିତ, ଅନ୍ୟ ଓପନର ଆଙ୍କର ଭୂମିକା ଗ୍ରହଣ କରିବା ଉଚିତ । କିନ୍ତୁ ଏହା ପାକିସ୍ତାନ ସହିତ ହେଉନି ।