ଭୂକମ୍ପରେ ଦୋହଲିଲା ଇଣ୍ଡୋନେସିଆ

ନୂଆଦିଲ୍ଲୀ: ଇଣ୍ଡୋନେସିଆର ଏସୀୟ ଦେଶରେ ଭୂକମ୍ପ ଅନୁଭୂତ ହୋଇଛି । ଏହି ଭୂକମ୍ପ ଯୋଗୁ ୨ଜଣଙ୍କ ମୃତ୍ୟୁ ହେବା ସହ ଅନେକ ଆହତମ ମଧ୍ୟ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ଏହି ଭୂକମ୍ପ ରିକ୍ଟର ସ୍କେଲରେ ୬.୨ ତୀବ୍ରତା ରେକର୍ଡ କରାଯାଇଛି । ଏହି ଭୂକମ୍ପ ଇଣ୍ଡୋନେସିଆର ସୁମାତ୍ରା ଅଞ୍ଚଳକୁ ପ୍ରଭାବିତ କରିଛି । ଏହି ଭୂକମ୍ପରେ ପଡୋଶୀ ଦେଶ ସିଙ୍ଗାପୁର-ମାଲେସିଆରେ ମଧ୍ୟ ଅନୁଭୂତ ହୋଇଛି ।