ମାର୍ଚ୍ଚ ୨୬ରୁ ଆଇପିଏଲ

ନୂଆଦିଲ୍ଲୀ : ଚଳିତବର୍ଷ ମାର୍ଚ୍ଚ ୨୬ରୁ ଆଇପିଏଲ-୨୦୨୨ର ୧୫ତମ ସଂସ୍କରଣ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିପରି ଆଇପିଏଲ-୨୦୨୨ ଗୋଟିଏ ବାୟୋ ବବଲରେ ଖେଳାଯିବ । ଏହା ଆସନ୍ତା ମାର୍ଚ୍ଚ ୨୬ରୁ ଆଇପିଏଲ ୧୫ତମ ସଂସ୍କରଣର ଉଦଘାଟନୀ ମ୍ୟାଚ୍‌ ଖେଳାଯିବ । ଅନ୍ୟପକ୍ଷରେ ମହାରାଷ୍ଟ୍ର ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଷ୍ଟାଡିୟମ କ୍ଷମତା ଅନୁଯାୟୀ ୫୦ କି ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି ଦିଆଯିବ ତାହା ପରେ ନିଷ୍ପତ୍ତି ନିଆଯିବ ବୋଲି ଆଇପିଏଲ ଅଧ୍ୟକ୍ଷ ବ୍ରିଜେଶ ପଟେଲ ବୌଠକ ପରେ ସୂଚନା ଦେଇଛନ୍ତି ।

ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ମୋଟ ୭୪ଟି ମ୍ୟାଚ୍‌ ଖେଳାଯିବ । ସେହିପରି ମୋଟ୍‌ ୭୪ ମ୍ୟାଚ୍‌ ପାଇଁ ୧୦ଟି ଦଳକୁ ଦୁଇଟି ଗ୍ରୁପ ବଣ୍ଟାଯାଇଛି । ଏଥିରେ ପ୍ଲେ ଅଫ ଏବଂ ଫାଇନାଲ ମଧ୍ୟ ସାମିଲ୍‌ । ପ୍ରତି ଦଳ ନିଜ ଗ୍ରୁପରେ ଥିବା ଦଳ ସହିତ ଦୁଇଟି ଲେଖାଏଁ ମ୍ୟାଚ ଖେଳିବ । ଅନ୍ୟପକ୍ଷରେ ସମସ୍ତ ଦଳ ୱାଙ୍ଖେଡ ଷ୍ଟାଡିୟମ ଏବଂ ଡିୱାଇ ପାଟିଲ୍‌ ଷ୍ଟାଡିୟମରେ ୪-୪ ମ୍ୟାଚ୍‌ ଖେଳିବେ । ଏହାସହ ବ୍ରାବୋର୍ଣ୍ଣ ଷ୍ଟାଡିୟମ-ଏମସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ, ପୁଣେରେ ୩-୩ ମ୍ୟାଚ୍‌ ଖେଳାଯିବ । ସେହିପରି ଆଇପିଏଲ ୨୦୨୨ ମାର୍ଚ୍ଚ ୨୬ରୁ ଆରମ୍ଭ ହେବ ଓ ମେ ୨୯ରେ ଫାଇନାଲ ମ୍ୟାଚ ଖେଳାଯିବ ।