ରୁମ୍ ହିଟର୍ ନେଲା ତିନୋଟି ଜୀବନ
ଜୟପୁର: ରୁମ୍ ହିଟର୍ ଗୋଟିଏ ପରିବାର ପାଇଁ କାଳ ପାଲଟିଗଲା । ସ୍ୱାମୀ-ସ୍ତ୍ରୀ ଓ ଦୁଇମାସର ବାଳୁତ ଗୋଟିଏ ରୁମରେ ଶୋଇଥିଲେ । ଭୟଙ୍କର ଜାଡରୁ ରକ୍ଷା ପାଇଁ ରୁମ୍ ଭିତରେ ବିଦ୍ୟୁତ୍ ଚାଳିତ ହିଟର ରଖିଥିଲେ । କୌଣସି କାରଣରୁ ରାତିରେ ଅଚାନକ ହିଟରଟି ଜଳି ଉଠିଲା । ଘଟଣାସ୍ଥଳରେ ବାପ-ଝିଅ ପ୍ରାଣ ହରାଇଲେ । ବିଚରା ମା’ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ।
ଘଟଣାଟି ରାଜସ୍ଥାନର ଶେଖପୁର ଥାନା ଅନ୍ତର୍ଗତ ମୁଣ୍ଡାନା ଗ୍ରାମରେ ଘଟିଛି । ପ୍ରାଣ ହରାଇଥିବା ଦମ୍ପତିଙ୍କ ନାମ ଦୀପକ-ସଂଜୁ । ଦୁଇବର୍ଷ ତଳେ ଦୀପକ ଓ ସଂଜୁ ପ୍ରେମ ବିବାହ କରିଥିଲେ । ଦୁଇମାସ ତଳେ ସେମାନଙ୍କ କୋଳକୁ ଆସିଥିଲା କନ୍ୟା ସନ୍ତାନଟିଏ । ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି, ହିଟରଟିରେ ନିଅାଁ ଲାଗି ଯାଇଥିଲା । ନିଅାଁ କ୍ରମେ ଚାଦରକୁ ଓ ପରେ ରେଜେଇକୁ ଧରିଥିଲା । ଚାହୁଁ ଚାହୁଁ ନିଅାଁ ସାରା ଘରକୁ କବଳିତ କରିଥିଲା ।