ଖୁବ୍‌ ଶୀଘ୍ର ବନ୍ଧ ହେବ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ!

ରୁଷୀୟ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଯୁଦ୍ଧ….

ମସ୍କୋ: ରୁଷୀୟ ରାଷ୍ଟ୍ରପତି ପୁଟିନ ୟୁକ୍ରେନ ଯୁଦ୍ଧ ଉପରେ ଦେଇଛନ୍ତି ବଡ଼ ଟିପ୍ପଣୀ। ପୁଟିନ କହିଛନ୍ତି- ସେ ୟୁକ୍ରେନ ସହ ଯୁଦ୍ଧ ରୋକିବା ପାଇଁ ତୁରନ୍ତ ପ୍ରସ୍ତୁତ ଅଛନ୍ତି। ହେଲେ ସେ ଏଥିପାଇଁ ଏକ ବଡ଼ ସର୍ତ୍ତ ରଖିଛନ୍ତି। ପୁଟିନ କହିଛନ୍ତି – ଯଦି ତାଙ୍କୁ ସୁରକ୍ଷାର ଗାରେଣ୍ଟି ଦିଆ ଯାଏ ତ, ସେ ୟୁକ୍ରେନରୁ ଯୁଦ୍ଧ ରୋକିବାକୁ ପ୍ରସ୍ତୁତ। ୟୁକ୍ରେନ ସହ ଶାନ୍ତିବାର୍ତ୍ତା ଉପରେ ପୁଟିନ କହିଛନ୍ତି ଏବେସୁଦ୍ଧା, ଆମେ ବାସ୍ତବରେ ଏମିତି ତତ୍ପରତା ୟୁକ୍ରେନ ପକ୍ଷରୁ ଦେଖି ନାହୁଁ। କିନ୍ତୁ ତଥାପି ଆମେ କିଛି ସଙ୍କେତ ଦେଖିଛୁ। ଏଥିରେ କିଭ୍‌ ଶାସନରୁ ମଧ୍ୟ ସଙ୍କେତ ସାମିଲ ଅଛି ଯେ, ସେ କୌଣସି ପ୍ରକାରର କଥାବାର୍ତ୍ତାରେ ସାମିଲ ହେବାକୁ ପ୍ରସ୍ତୁତ। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଯେ, ଆମେ ସର୍ବଦା ଏହା କହି ଚାଲିଛୁ। ଆମେ ଏହି ସଂଘର୍ଷକୁ ଶାନ୍ତିପୂର୍ଣ୍ଣ ଢଙ୍ଗରେ ସମାପ୍ତ କରିବା ପାଇଁ ପ୍ରସ୍ତୁତ ଓ ଉଚ୍ଛୁକ। ଏହି ସମୟରେ ପୁଟିନ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା କରାଯାଉ ଥିବା ଶାନ୍ତି ପ୍ରୟାସ ଉପରେ ମଧ୍ୟ କହିଛନ୍ତି।

ସେ କହିଛନ୍ତି ରାଷ୍ଟ୍ରପତି ଟ୍ରମ୍ପ ଏହି ସଂଘର୍ଷକୁ ଶେଷ କରିବା ପାଇଁ ଖୁବ୍‌ ଗମ୍ଭୀରତାର ସହ ପ୍ରୟାସ କରୁଛନ୍ତି। ଏହି ସମୟରେ ସେ ରାଷ୍ଟ୍ରପତି ଟ୍ରମ୍ପଙ୍କ ସହ ସାକ୍ଷାତ ନେଇ ମଧ୍ୟ ଉଲ୍ଲେଖ କରିଥିଲେ। ସେ କହିଥିଲେ , ଏଙ୍କରିଜ୍‌ରେ ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଛୁ ଏବଂ ବ୍ୟାବହାରିକ ଭାବେ ତାକୁ ମାନି ନେଇଛୁ। ଏଥିପାଇଁ ଏହା କହି ପାରିବ ନାହିଁ ଯେ, କୌଣସି ଜିନିଷକୁ ଅସ୍ୱୀକାର କରିଛୁ। ଏହାର କୌଣସି ଆଧାର ନାହିଁ। ମସ୍କୋରେ ପ୍ରାରମ୍ଭିକ ବୈଠକରେ , ଆମକୁ କିଛି ପ୍ରସ୍ତାବ ଦିଆଯାଇଛି ଏବଂ ଆମକୁ କିଛି ବୁଝାମଣା କରିବାକୁ କୁହାଯାଇଛି। ଯେବେ ମୁଁ ଏଙ୍କରିଜରେ ପହଞ୍ଚିଲି , ମୁଁ କହିଲି ଯେ ଏହା ଆମ ପାଇଁ ସହଜ ନିଷ୍ପତ୍ତି ହେବ ନାହିଁ। ପୁଟିନ କହିଛନ୍ତି , ବଲ୍‌ସଂପୂର୍ଣ୍ଣ ରୂପେ ଆମର ପାଶ୍ଚାତ୍ୟ ବିରୋଧୀଙ୍କ କୋର୍ଟରେ। ମୁଖ୍ୟ ରୂପେ କିଭ୍‌ ଶାସନର ନେତାଙ୍କର। ଯେପର୍ଯ୍ୟନ୍ତ ଆମର କଥା, ଆମେ କଥାବାର୍ତ୍ତା ଓ ସଂଘର୍ଷର ଶାନ୍ତିପୂର୍ଣ୍ଣ ସମାଧାନ ଭଭୟ ପାଇଁ ପ୍ରସ୍ତୁତ। ଆମେ ଆଗାମୀ ବର୍ଷ ମଧ୍ୟ ଶାନ୍ତିରେ ଜିଇବାକୁ ଚାହୁଁଛୁ। ଆମେ କୌଣସି ସେନା ସଂଘର୍ଷ ଚାହୁଁ ନାହିଁ । ମୁଁ ବାରମ୍ୱାର କହୁଛି ଯେ, ସବୁ ବିବାଦାସ୍ପଦ ମାମଲାକୁ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ପ୍ରୟାସ ହେବା ଉଚିତ। ପୁଟିନ ଆହୁରି କହିଛନ୍ତି, ମୋତେ ଲାଗୁଛି ଯେ, ଆପଣ ସହମତ ହେବେ, ଆମେ ସଂଘର୍ଷର ମୂଳ କାରଣକୁ ସମାପ୍ତ କରିବାକୁ ହେବ, ଯାହାକି ଏମିତି କୌଣସି ଘଟଣା ପୁଣି ଥରେ ନହେଉ ଏବଂ ଶାନ୍ତି ଦୀର୍ଘକାଳିନ, ମଜବୁତ ଓ ସ୍ଥାୟୀ ହେଉ।